oom

ଶ୍ରୀ ସତ୍ୟସାଇ ସଂଗଠନ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଶ୍ରୀ ସତ୍ୟସାଇ ସଂଗଠନ ଦ୍ୱାରା ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଓ ଖେଳ ଶିକ୍ଷକ ହେମ ସାଗର ସାହୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ବୃକ୍ଷ ରୋପଣ କରିଥିଲେ । ଆବାହକ ସନ୍ତୋଷ କୁମାର ପାଢ଼ୀଙ୍କ ନେତୃତ୍ୱରେ ସର୍ବଶ୍ରୀ ସୁରଥ ସାହୁ, ନିରୋଜ ସାହୁ, ଶେଖର ସେଠ, ବୀଣା ପାଣି ସାହୁ, ଗୀତା ସାହୁ, ସନ୍ତୋଷିନୀ ସାହୁ, ହେମଲତା ସାହୁ, ସମାଜସେବୀ ନନ୍ଦି କିଶୋର ନନ୍ଦ, କିଶନ ସାହୁ, ଭବାନୀ ସାହୁ, ପିଣ୍ଟୁ ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗଦାନ କରି ପ୍ରାୟ ୫୦ଟିରୁ ଅଧିକ ବୃକ୍ଷ ରୋପଣ କରିଥିଲେ ।

jittmm
Leave A Reply

Your email address will not be published.