ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ବୃକ୍ଷ ରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଲୋଇସିଂହା ବ୍ଲକ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୋଗୀସୁର୍ଡାଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭୦ଟି ଚାରା ରୋପଣ କରାଯାଇଥିଲା । ଏଥିରେ ଅବସରପ୍ରାପ୍ତ ଗୋଇନଦା ବିଭାଗ ଏଏସ୍‌ଆଇ ଯୁଧିଷ୍ଠିର ପଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯୋଗୀସର୍ଡା ସରପଂଚ ବିଜୁଳି ପଧାନ ଓ ବୁଢିପଦର ସରପଂଚ ଲକ୍ଷ୍ମୀ ପଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସମସ୍ତ କାର୍ଯ୍ୟ ପ୍ରଶଂସନୀୟ ବୋଲି ଅତିଥିଗଣ ତାଙ୍କ ବକ୍ତବ୍ୟରେ କହିଥିଲେ । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ, ସିତାରାମ ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ବିରେନ୍ଦ୍ର ବିଶ୍ୱାଲ, ଚନ୍ଦ୍ରକାନ୍ତ ସାହୁ, ସସାଙ୍କ ପଧାନ, ଜୟନ୍ତ ପଧାନ, ବ୍ୟାସ ବିଶ୍ୱାଲ, ବଚନ ବିଶ୍ୱାଲ, ମୁକେଶ ପଧାନ, ଗୋବର୍ଦ୍ଧନ ପଧାନ, ଶେଷଦେବ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ବଲାଙ୍ଗିର, ପୁଇଁତଲା, ଆଗଲପୁର, ଲୋଇସିଂହା ଓ ଦେଓଗାଁ ବ୍ଲକର ସଦସ୍ୟାମାନେ ଉପସ୍ଥିତ ଥିଲେ । ଶେଷରେ ଦୈତାରୀ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.