om academy

ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଓ ଜୟ ତରୁଣ ଯୁବକ ରେଙ୍ଗାଲଜୁରୀ ସଂଘ ପକ୍ଷରୁ ପ୍ରକାଣ୍ଡ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ରେଙ୍ଗାଲଜୁରୀଠାରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଓ ରେଙ୍ଗାଲଯୁରୀ ଜୟ ତରୁଣ ଯୁବକ ସଂଘଙ୍କ ମିଳିତ ଆନ୍ୟୁକୂଲ୍ୟରେ ବାଙ୍କୋଡୋ ସଂରକ୍ଷଣ ଜଙ୍ଗଲ ମଧ୍ୟରେ ଶନିବାର ପ୍ରକାଣ୍ଡ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବନବିଭାଗ ପାଢେଲ ସର୍କଲ ଫରେଷ୍ଟର ସତ୍ୟବାନ ମାଝୀ ଯୋଗଦେଇ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ବୋଲି କହିବା ସହ ବୃକ୍ଷ ରୋପଣ କରି ତାଙ୍କୁ ବଞ୍ଚାଇବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ମୁଖ୍ୟ ଅତିଥି ଫରେଷ୍ଟର ଶ୍ରୀଧରୁଆ କହିଥିଲେ । ଏଥିରେ ୨ ଶହରୁ ଅଧିକ ବିଭିନ୍ନ ପ୍ରକାର ଗଛ ତଥା ନିମ୍ବ, ଅଳାଁ, ଶାଳ, ବାଉଁଶ, ବାହାଡା ଆଦି ବୃକ୍ଷ ରୋପଣ କରାଯାଇଥିଲା ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ସ୍ୱେଚ୍ଛାସେବୀ ଶମ୍ଭୁପ୍ରସାଦ ଘିଭେଲା । ଜୟ ତରୁଣ ସଂଘ ସଂପାଦକ ଜଗନ୍ନାଥ ବରିହା, ସଭାପତି ଘାସିରାମ ମଲିକ, ସୁଦାମ ପୁଟେଲ, ନିମାଇଁ ଚରଣ ଷାଣ୍ଡ, ଅନିଲ ବରିହା, ଅମିର ବରିହା, ଶିବା ନାଏକ, ଅମନ ପୁଟେଲ, ନବଦୀପ ମଲିକ, ଶୁଶାନ୍ତ ରାଉତ, ଲକେଶ ରାଉତ, ନିତିଶ ମଲିକ, ବିକ୍ରମ ମଲିକ, ବିପିନ ବରିହା, ରମେଶ ରାଉତ, ସମାରୁ ବରିହା, ଦୁର୍ଯ୍ୟୋଧନ ପୁଟେଲ, ଆନନ୍ଦପୁରରେ, ଚୈତନପୁଟେଲଙ୍କ ସମେତ ଅନ୍ୟ ସଦସ୍ୟମାନେ ଯୋଗଦେଇଥିଲେ ।ପରିବେଶ ପ୍ରତି ସଚେତନ ହୋଇ କିଭଳି ସବୁଜ ପରିବେଶ ସୃଷ୍ଟି ହେବ ଏବଂ ଚାରା ରୋପଣ କରାଯାଇ ତାଙ୍କୁ ବଞ୍ଚାଇବାକୁ ସଚେତନ କରାଯାଇଥିଲା । ୱାଚର ନେତ୍ର ବରିହା, ପିତାମ୍ବର ପୁଟେଲଙ୍କ ସହ ମହିଲା ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.