ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ବଉଲ ନାଟ ଏଣ୍ଡ କଲଚରାଲ ଏସୋସିଏସନ, ବ୍ରାହ୍ମଣୀ ପକ୍ଷରୁ ବଉଲ ପଡିଆଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଭାପତି ଅର୍ଜୁନ ପ୍ରଧାନଙ୍କ ନେତ୍ତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଳବର ସମ୍ପାଦକ ନେପାଳ ଚନ୍ଦ୍ର ପଲିଆ, ଲବ ପ୍ରଧାନ, କୁଶ ପ୍ରଧାନ, ଚତୁର୍ଭୁଜ ପ୍ରଧାନ ପ୍ରମୁଖ ବୃକ୍ଷରୋପଣ କରିବା ସହ ଏହାର ସୁରକ୍ଷା କିପରି କରାଯାଇ ପାରିବ ସେ ବିଷୟରେ ଧ୍ୟାନ ଦେଇ ବାଡ଼ ମଧ୍ୟ ଦିଆଯିବାକୁ ଆଲୋଚନା କରାଯାଇଥିଲା । କ୍ଳବ ପକ୍ଷରୁ ପ୍ରତିବର୍ଷ ବିଭିନ୍ନ ସମୟରେ ବୃକ୍ଷରୋପଣ କରୁଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.