
କଂଟାବାଂଜି ଥାନା ପରିସରରେ ବନ ମହୋତ୍ସବର ଶୁଭାରମ୍ଭ : ଶତାଧିକ ବିଭିନ୍ନ ଚାରା ଶିକ୍ଷାବିଦ୍, ସମାଜସେବୀଙ୍କ ଦ୍ୱାରା ରୋପଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବିଶ୍ୱ ବନ ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଥାନା ପରିସରରେ ଶୁକ୍ରବାର ଦିନ ପୂର୍ବାହ୍ନରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଛି । ଜୁଲାଇ ୧ରୁ ଜୁଲାଇ ୭ ତାରିଖ ଯାଏ ସାରା ବିଶ୍ୱରେ ବନ ମହୋତ୍ସବ ପାଳନ କରାଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲା କଂଟାବାଂଜି ଫରେଷ୍ଟ ରେଂଜ ଅଫିସ ଦ୍ୱାରା ଥାନା ପରିସରରେ ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ପଣସ, ନିମ୍ବ, ଦେବଦାରୁ, ବଉଳ, ଆମ୍ବ, କରଞ୍ଜ, ଅଁଳା, ଜାମୁକୋଳି, କଦମ୍ବ ଭଳି ବିଭିନ୍ନ ପ୍ରକାର ଚାରା ଲଗାଯାଅଇଛି । ଏହି କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରିବା ପାଇଁ ସ୍ଥାନୀୟ ଏନ.ଏ.ସି. ନଗରପାଳ ବରିୟାମ ସିଂ ସାଲୁଜା(ମୁଖ୍ୟ ଅତିଥି), ସମ୍ମାନିତ ଅତିଥି ଭାବେ ପୋଲିସ ଡି.ଏସ.ପି. ଡ. ହୃଷିକେଶ ମେହେର, କଂଟାବାଂଜି କେ.ଭି.କଲେଜ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର, ଶିକ୍ଷାବିଦ୍ ରାମଚନ୍ଦ୍ର ସାହୁ, ଅଧ୍ୟାପକ ସଂଜୟ କୁମାର ମିଶ୍ର, ବିଭୁଦତ୍ତ ସାହୁ, ଥାନା ଆଇ.ଆଇ.ସି. ସତ୍ୟଜିତ କନ୍ଦନକେଲ, ସବ୍ ଇନ୍ସପେକ୍ଟର ପ୍ରଦିପ କୁମାର ଦୁରିଆ, ଏ.ଏସ.ଆଇ. ପରୁଆ, ଏ.ଏସ.ଆଇ. ମନୋଜ କୁମାର ବିଶି, ଏ.ଏସ.ଆଇ.ଆଲୋକ କୁମାର ବେହେରା, ଆଇନଜୀବୀ ବ୍ରଜ ଶ୍ୟାମ ଗୁରୁ, ସାମାଜିକ କର୍ମୀ କୈଳାଶ ଦିପ, ଅମରେନ୍ଦ୍ର ତାଣ୍ଡି, ଖବରଦାତା ଗୁରୁଦୟାଲ ହଂସ, ପୁଷ୍ପକେତୁ ବେହେରା, କୃତିକର ବାଗ, ବିଭିନ୍ନ ଚାରା ରୋପଣ କରିଥିବା ବେଳେ ବନ ବିଭାଗ କଂଟାବାଂଜି ରେଂଜ ଅଧିକାରୀ ଶ୍ରଦ୍ଧାଦେବ ବଡମାଲି, ଫରେଷ୍ଟର ମହାନନ୍ଦବାବୁଙ୍କ ସହ ସମସ୍ତ ବନ କର୍ମଚାରୀ ଓ ପାରା ବନ କର୍ମଚାରୀ ଚାରା ରୋପଣରେ ସହଯୋଗ କରିଥିଲେ । ଜୁଲାଇ ପ୍ରଥମ ସପ୍ତାହକୁ ସାରା ବିଶ୍ୱରେ ବନ ମହୋତ୍ସବ ପାଳନ ହେଉଥିବା ବେଳେ କଂଟାବାଂଜି ରେଂଜ ଅଧିନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ, ଇକୋ କ୍ଲବଙ୍କ ସହଯୋଗରେ ସପ୍ତାହ ବ୍ୟାପି ବିଭିନ୍ନ ସ୍ଥାନରେ ବନ ମହେତ୍ସାବ ପାଳନ କରାଯାଇ ଚାରା ରୋପଣ କରାଯିବ ବୋଲି ରେଂଜର ସୂଚନା ଦେଇଛନ୍ତି ।