ସିଙ୍ଗିପୁରରେ ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷ ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ କ୍ଲବ ଛତ୍ରପୁର ସଂଗଠନ ପକ୍ଷରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ମହାନାଦପୁର ପଞ୍ଚାୟତର ସିଙ୍ଗିପୁର ଗ୍ରାମର ନୀଳକଣ୍ଠେଶ୍ଵର ମନ୍ଦିର ପରିସର ଓ ଗ୍ରାମ ପୋଖରୀ ହୁଡାରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ରୋଟାରୀ ସଭାନେତ୍ରୀ ଏସ.ରେଖା ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାର୍ଟର ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପାତ୍ର ଓ କୋଷାଧ୍ୟକ୍ଷ ସୁରଜିତ ସାମନ୍ତରାୟ ଯୋଗ ଦେଇଥିଲେ । ସିଙ୍ଗିପୁର ଗ୍ରାମର ବରିଷ୍ଠ ନାଗରିକ ସନିଆ ବାଡତ୍ୟା, ଦଣ୍ଡପାଣି ରାଉଳ, ବିନୋଦ ପୁରୋହିତ ଓ ଯୁବ ବୃକ୍ଷ ପ୍ରେମୀ ଧିରେନ ରାଉଳଙ୍କ ସଂଯୋଜନାରେ ବହୁ ଯୁବକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ଏହି ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ଠାକୁରଙ୍କ ପୂଜାରେ ବ୍ୟବହାର ପାଇଁ ଫୁଲ ଗଛ, ଔଷଧୀୟ, ଗୁଳ୍ମ ଓ କିଛି ସୌନ୍ଦର୍ୟ୍ୟକରଣ ବୃକ୍ଷ ଚାରାରୋପଣ କରିବାକୁ କ୍ଳବ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।

Leave A Reply

Your email address will not be published.