lika

ଆମ୍ଭମୁଣ୍ତାରେ ବୃକ୍ଷ ରୋପଣ ମହୋତ୍ସବ ଅନୁଷ୍ଠିତ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିହାପାଲି ଗ୍ରାମ ପଞ୍ଚାୟତ ଆମ୍ଭମୁଣ୍ଡା ଗ୍ରାମରେ ବୃକ୍ଷ ରୋପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କରୋନା କାଳରେ ରୋଗାକ୍ରାନ୍ତ ଜନସାଧାରଣଙ୍କ ଅମ୍ଳଜାନର ଅଭାବ ହେତୁ ବହୁ ପୀଡିତ ମୃତ୍ୟୁବରଣ କରିଥିଲେ । ଉପରୋକ୍ତ ସମସ୍ୟାକୁ ଦୃଷ୍ଟି ଆଗରେ ରଖି ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ଆହ୍ବାନ କ୍ରମେ ଆମ୍ଭମୁଣ୍ତା ଗ୍ରାମର ସବୁଜ ସାଥୀ ‌ତରଫରୁ ଏକ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ପ୍ରତ୍ୟେକ ଘରରୁ ସଦସ୍ୟ, ସଦସ୍ୟା ଯୋଗଦାନ କରି ଏହି ରୋପଣ ସମାରୋହକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମସ୍ତେ ଏକ ଶୋଭାଯାତ୍ରାରେ ସଭାସ୍ଥଳରୁ ଗ୍ରାମ ପରିକ୍ରମା କରି ବୃକ୍ଷ ରୋପଣ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଏହି ସଭାଟି ଗ୍ରାମର ଗୌନ୍ତିଆ ଉପେନ୍ଦ୍ର ହାତୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଲାୟନ୍ସ ପ୍ରଫେସର ଚିତ୍ତରଞ୍ଜନ ଦାଶ ଯୋଗଦାନ କରି ପ୍ରକୃତିର ସୁରକ୍ଷା, ବୃକ୍ଷ ରୋପଣରେ ସମସ୍ତଙ୍କ ଅଂଶଗ୍ରହଣ, ସବୁଜଗୃହର ପ୍ରଭାବ, ଗ୍ଲୋବାଲ ୱାର୍ମିଙ୍ଗ ସମ୍ପର୍କରେ ଆଲୋଚନା କରିବା ସହ ଜନସାଧାରଣଙ୍କୁ ଏହାର ପ୍ରତିକାର ପାଇଁ ସମସ୍ତେ ସାମିଲ ହେବାକୁ ଅନୁରୋଧ କରିଥିଲେ । ସମ୍ମାନିତ ଅତିଥି ଭାବରେ ଲାୟନ୍ସ ଶ୍ରୀମତୀ ସନ୍ତୋଷିନୀ ଦାଶ, ମକରଧ୍ୱଜ ପଧାନ, ଉମାକାନ୍ତ ହାତୀ ପ୍ରମୁଖ ଯୋଗଦାନ କରି ଏହି ସମାରୋହକୁ ଆଗେଇ ନେଇଥିବା ବେଳେ ପ୍ରକୃତିବନ୍ଧୁ ମୀନକେତନ ସାହୁ ସଭାକୁ ସଂଯୋଜନା କରିଥିଲେ । ଏହି ବୃକ୍ଷ ରୋପଣ କାର୍ୟ୍ୟକ୍ରମକୁ ଗ୍ରାମର ସବୁଜ ସାଥିର କମାଣ୍ଡର ଆକାଶ ହାତୀ, ଡ. କେଶ ରଞ୍ଜନ ହାତୀ ଓ ସଦସ୍ୟ ସନ୍ତୋଷ ମଟାରୀ, ବସୁଦେବ ସେଠ, ପିତାମ୍ବର ବରିହା, ପ୍ରଦୀପ ପ୍ରଧାନ, ନିରୋଜ ଦୀପ, ରଞ୍ଜନ ସେଠ, ନିବାସ ସାହୁ ଓ ଅନ୍ୟ ସମସ୍ତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ତଥା ଗ୍ରାମବାସୀବୃନ୍ଦ ସହଯୋଗ କରିଥିଲେ ବୃକ୍ଷ ରୋପଣ କରିଥିବା ସମସ୍ତେ ବୃକ୍ଷଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ।

babaa
Leave A Reply

Your email address will not be published.