oom

ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ବୃକ୍ଷ ରୋପଣ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ମହିମୁଣ୍ଡା ଗ୍ରାମର ଡିଗ୍ରୀ କଲେଜ ପଡିଆ, ଓଡିଶା ଆଦର୍ଶ ବିଦ୍ୟାଳୟ, ମହିମୁଣ୍ଡା ଓ ଫାୟାର ଷ୍ଟେସନ ଅଫିସ ଅଗ୍ନିସମ ସେବା କେନ୍ଦ୍ର ମହିମୁଣ୍ଡା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଲେଜ୍‌ ପ୍ରିନ୍ସିପାଲ ଅଶୋକ କୁମାର ଦାଶ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍‌ସିପାଲ ଅଶୋକ କୁମାର ଖଟୁଆ ଅତିଥି ଭାବ ଯୋଗଦାନ କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ, ସଂପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ଉପସଭାପତି ସୁଧୀର ପଧାନ, ଅମିତ ପଧାନ, ବିଶ୍ୱନାଥ ବିଶ୍ୱାଲ, ଜୟଶ୍ରୀରାମ ବିଶ୍ୱାଲ, ରଜତ କୁମାର ବିଶ୍ୱାଲ, ଅଭିଷେକ ଭୋଇ, ଜିତୁ ପ୍ରଧାନ, ଜୟନ୍ତ ବିଶ୍ୱାଲ, ଉପେନ୍ଦ୍ର ପଧାନ, ଅସମିତ ପ୍ରଧାନ, ସୁଦର୍ଶନ ବିଶ୍ୱାଲ, ରମାକାନ୍ତ ବିଶ୍ୱାଲ, ସ୍ୱାଗତ ବିଶ୍ୱାଲ, ଚିନ୍ତାମଣି ଭୋଇ, ରୋଶନ କୁମାର ଗଡତ୍ୟା, ଅର୍ଜୁନ ନାଏକ, ମହେନ୍ଦ୍ର ବିଶ୍ୱାଲ, ପପୁନ ପ୍ରଧାନ, ଏନ୍‌.କେ. ବିଶ୍ୱାଲ, ଶଙ୍କର ଗଡତ୍ୟା, ସାଲେଗ୍ରାମ ବିଶ୍ୱାଲ, ଅଶୋକ ପ୍ରଧାନ, ମହେନ୍ଦ୍ର ପ୍ରଧାନ ସମେତ ଜିଲ୍ଲା ବିଭିନ୍ନ ବ୍ଲକର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥଲେ ।

jittmm
Leave A Reply

Your email address will not be published.