oom

ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ ମହୋତ୍ସବ ଅଭିଯାନ ତଥା ପବିତ୍ର ସୁନାବେଶ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ପଞ୍ଚାୟତ ଘୋରଦିଆ ନୋଡାଲ ହାଇସ୍କୁଲର ଜାତୀୟ ସବୁଜ ବାହିନୀ (ଇକୋ କ୍ଲବ) ପକ୍ଷରୁ ଆଜି ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡାଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରଧାନଶିକ୍ଷକ ଶ୍ରୀ ପରିଡା ବୃକ୍ଷ ରୋପଣର ଶୁଭରାମ୍ଭ କରି ଏହାର ମହାନତା ସର୍ମ୍ପକରେ ଆଲୋକପାତ କରିଥିଲେ । ବୃକ୍ଷ ହିଁ ଜୀବନ, ମନୁଷ୍ୟ ବଞ୍ଚିବାକୁ ହେଲେ ଅମ୍ଳଜାନ ନିତାନ୍ତ ଆବଶ୍ୟକ, ସବୁଜ ବଳୟ ସୃଷ୍ଟି ନିମନ୍ତେ ଗଛ ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ । ଏହି ମହାନ କାର୍ଯ୍ୟକ୍ରମରେ ଶିକ୍ଷକ ଗୋବର୍ଦ୍ଧନ ବରାଳ, ସୁରେନ୍ଦ୍ର୍ରନାଥ ସେଠୀ, ସୁରଭୀ ପ୍ରଧାନ, ସଦାଶିବ ମଲ୍ଲିକ, ଚିତ୍ତରଜଂନ ରାଉତରାୟ, କୁନ୍ତଳା ବିଶ୍ୱାଳ, ମମତା ବେହେରା, ସୀତାକାନ୍ତ ରାଉତରାୟ, ରାଜେଶ ପ୍ରଧାନ, ନିଳାମ୍ବର ନାୟକ ଏବଂ ପ୍ରକୃତିବନ୍ଧୁ ଦିଲ୍ଲୀପ କୁମାର ଧାଉଡିଆ ପ୍ରମୁଖ ସାମିଲ ହୋଇଥିଲେ । ବିଦ୍ୟାଳୟ ପରିସରସ୍ଥିତ ଅର୍ଦ୍ଧ ଏକର ଜମିରେ ଅର୍ଜ୍ଜୁନ, ପେସ୍ତା ବାଦାମ, ଅଁଳା, ଓଲଟ ଦେବଦାରୁ, ପଣସ, କଦଳୀ, ଅମୃତଭଣ୍ଡା ଆଦି ଦୁଇ ଶହ ପଚାଶରୁ ଉଦ୍ଧ୍ୱର୍ଗଛ ରୋପଣ କରାଯାଇଥିଲା । ଶେଷରେ ବିଜ୍ଞ।।ନ ଶିକ୍ଷକ ଗୋବର୍ଦ୍ଧନ ବରାଳ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.