lika

ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୭୭ତମ ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏଆଇସିସି ସଦସ୍ୟ ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର ଯୋଗଦେଇ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ଡାକ୍ତର ମନୋଜ କୁମାର ଅଗ୍ରୱାଲ ଯୋଗ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ କଂସାରୀପଡ଼ା ସ୍ଥିତ ହନୁମାନ ମନ୍ଦିରଠାରୁ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ଯୁଧିଷ୍ଠିର ମିଶ୍ର ମାର୍ଗରେ ବୃକ୍ଷ ରୋପଣ କରାଯାଇଥିଲା । ଆମର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଆମ ବୃକ୍ଷର ଉପକାରିତାକୁ ଭୁଲି ଯାଉଛୁ ଏବଂ ତଦ୍ୱାରା ପରିବେଶର ପ୍ରଭୃତି କ୍ଷତି ସାଧନ ହେଉଛି । ତେଣୁ ଏହି ଭଳି କାର୍ଯ୍ୟକ୍ରମରେ ନିହାତି ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଜୁଲୁ ପଟ୍ଟନାୟକ, ଅସୀତ ମିଶ୍ର, ଅଜୟ ବାଲି, ସୌମ୍ୟଦୀପ ସରାଫ, ବ୍ୟାସଦେବ ନନ୍ଦ, ସମୀର ବିଶି, ମନୋରଂଜନ ବିଶ୍ୱାଲ, ସାନୁ ମନହୀରା, ଗୌରବ ଶର୍ମା, ଶିବମ ସେଠ, ରୋଶନ ଭୋଇ, ଧନଞ୍ଜୟ ପଧାନ, ଚିନ୍ମୟ ବେହେରା, ଚନ୍ଦନ ସାହୁ, ଆଦର୍ଶ ତ୍ରିପାଠø, ଅଙ୍କୁଶ ସାହୁ, ରମଣ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.