ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ତରଫରୁ ବୁଧବାର ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟ ପରିସରରେ ପ୍ରାୟ ବିଭିନ୍ନ ପ୍ରଜାତି ବୃକ୍ଷ ଯଥା ନିମ୍ୱ, ପିପଲ, ଜାମୁ, କରଞ୍ଜ, କୃଷ୍ଣଚୂଡ଼ା ଆଦି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ସମ୍ମାନୀତ ଅତିଥି ଭାବେ ଖପ୍ରାଖୋଲ ରେଞ୍ଜର ସୁନୀଲ କୁମାର ମିଶ୍ର, ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରା, ଶିକ୍ଷୟିତ୍ରୀ ନୀଳିମା ମିଶ୍ର, ବନପାଳ ସୁଧୀର କୁମାର ଜେନା, ବିଧାୟକ ପ୍ରତିନିଧି ରମେଶ ପଧାନ, ଖପ୍ରାଖୋଲ ବ୍ଲକ ଉପାଧକ୍ଷ ଶୁଖିରାମ ସାଣ୍ଢ, ସମାଜସେବୀ ମୋହନ ସୁନା, ଶିକ୍ଷକ ଭୁବନେଶ୍ୱର ପୃଷ୍ଟି, ଶିକ୍ଷକ ଗଗନ ସାହୁ ଯୋଗଦାନ କରିଥିଲେ । ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣର ଆବଶକ୍ୟତା ଓ ଉପକାରିତା ବିଷୟରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା । ବିଶ୍ଵରେ ଯେଭଳି ଦୃତ ଶିଳ୍ପାୟନ ତଥା ବିକାଶମୂଳକ ଯୋଜନା ଦ୍ଵାରା ଅବିଚାରିତ ଜଙ୍ଗଲ ଅପସାରଣ ହୋଇ ଚାଲିଛି ଏବଂ ବିଶ୍ଵତାପନ ଓ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ଦେଖା ଦେଉଛି, ଜୈବ ବିଭିନ୍ନତାରେ ହ୍ରାସ ଘଟୁଛି ତାହାର ସମାଧାନ ପାଇଁ ବ୍ୟାପକ ବୃକ୍ଷ ରୋପଣ ଏବଂ ଜଙ୍ଗଲ ସୃଷ୍ଟି କରିବା ନିତାନ୍ତ ଜରୁରୀ ହୋଇ ପଡ଼ିଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରକୃତି ପ୍ରେମୀ ଛାତ୍ର ଛାତ୍ରୀ ତଥା ଅନ୍ୟମାନେ ଯୋଗଦାନ କରି ଉତ୍ସାହ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.