oom

ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ବୃକ୍ଷ ରୋପଣ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଦେଓଗାଁ ବ୍ଲକ ଉଡାର ଗ୍ରାମ ରାସ୍ତା କଡରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ତହସିଲଦାର ଯୁଗଲ କିଶୋର ବିଶ୍ୱାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଦେଓଗାଁ ଫରେଷ୍ଟ ରେଞ୍ଜ ଅଫିସର (ଟି) ଆଲୋକ କୁମାର ମାଝି ଯୋଗଦାନ ଦେଇଥିଲେ । ଏହି ଅବସରରେ ୧୦୦ଟି ଚାରା ରୋପଣ କରାଯାଇଥିଲା ଓ କୁଲୁତା ଯୁବ ସଂଗଠନ କିପରି ସୁଦୃଢ ହୋଇପାରିବ ସେଥିପାଇଁ ଗାଁ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ଯୁବ କୁଲୁତା ସମାଜର ସମସ୍ତ କାର୍ଯ୍ୟକ୍ରମରେ ଉଡାର କୁଲୁତା ସମାଜର ଗ୍ରାମବାସୀ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୁବ କୁଲୁତା ସମାଜର ସମ୍ପାଦକ ଭୁବନେଶ୍ୱର ଭୋଇ, ଉପସଭାପତି ଜିତେନ୍ଦ୍ର ବିଶ୍ୱାଲ, ଜିଲ୍ଲା ସଭ୍ୟ ଦିନେଶ ପଧାନ, ଦେଓଗାଁ ବ୍ଲକ ସମ୍ପାଦକ ବାସୁଦେବ ସାହୁ, ଲୋଇସିଂହା ବ୍ଲକ ସମ୍ପାଦକ ଝୁନୁ ପ୍ରଧାନ, ରାଜା ପ୍ରଧାନ, ନରେନ୍ଦ୍ର ବିଶ୍ୱାଲ, ଗୁପ୍ତେଶ୍ୱର ପ୍ରଧାନ, ପିଙ୍କୁ ଭୋଇ, କ୍ଷମା ପ୍ରଧାନ, ଗୌତମ ପ୍ରଧାନ, ଗୋବିନ୍ଦ ପ୍ରଧାନ, ସଞ୍ଜୟ ପ୍ରଧାନ, ଶାନ୍ତନୁ ସାଙ୍କ ସମେତ ବିଭିନ୍ନ ବ୍ଲକର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.