ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ କଲେଜ ପରିସରରେ ବୃକ୍ଷ ରୋପଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟଳୟ ପରିସରରେ ବୁଧବାର ଦିନ ବୃକ୍ଷ ରୋପଣ କରାଯାଇଛି । ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ମହାବିଦ୍ୟାଳୟର ରାଜନୀତି ଅଧ୍ୟାପକ ତଥା ଯୁବ ରେଡକ୍ରସ ସଂଯୋଜକ ଡକ୍ଟର ନେପାଳ ସେଠିଙ୍କ ତତ୍ୱାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରୀମାନଙ୍କ ଉପସ୍ଥିତରେ ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ ସଭା ହୋଇଥିଲା ଏହି ସଭାରେ ବୃକ୍ଷ ରୋପଣର କାହିଁକି ଆବଶ୍ୟକତା ରହିଛି । ଦିନକୁ ଦିନ ଜଂଗଲ ଧ୍ୱଂସ ହେଉଥିବାରୁ ପରିବେଶ ସନ୍ତୁଳନ ରହୁ ନାହିଁ ଯଦ୍ୱାରା ତାପମାତ୍ର ବୃଦ୍ଧି ପାଉଥିବା ବେଳେ ଋତୁ ପରିବର୍ତନ ମଧ୍ୟ ଠିକ୍‌ ରୂପେ ହେଇପାରୁ ନାହିଁ । ବୃକ୍ଷ ରୋପଣର ଆବଶ୍ୟକତା ଏବଂ ତାର ଉପକାରିତାକୁ ନେଇ ସଚେତନତା ବାର୍ତା ଦିଆଯାଇଥିଲା । ପରେ ମହାବିଦ୍ୟାଳର ଛାତ୍ରୀ ଅରୁପା ମୁଗ୍ରୀ, ଦୁଲେଶ୍ୱରୀ ସତନାମୀ, ଦମୟନ୍ତୀ ମେହେର, ଲକ୍ଷ୍ମୀ ମେହେର ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ସୋମନାଥ ମେହେର, ରାଜୀବ ମେହେର, ଅଧ୍ୟାପିକା ସୁନନ୍ଦା ରଥ, ରଶ୍ମିତା ମେହେର, କଲ୍ୟାଣୀ ମେହେର, ନିରବତୀ ପଧାନ, ଲିପନିତା ପଧାନଙ୍କ ସହ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.