oom

ବିଶ୍ୱ ଶିକ୍ଷାର୍ଥୀ ଓ ବିଶ୍ୱ ହାତଧୁଆ ଦିବସରେ ପରିବେଶ ସଚେତନତା ବାର୍ତ୍ତା ସହ ବୃକ୍ଷ ରୋପଣ କଲେ ହୃଷୀକେଶ ପାଢ଼ୀ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ଶିକ୍ଷାର୍ଥୀ ଓ ବିଶ୍ୱ ହାତଧୁଆ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀର ପ୍ରତିଷ୍ଠାତା ତଥା ‘ଗଛ ହସିଲେ ଜଗତ ହସେ’ ପୁସ୍ତକର ସ୍ରଷ୍ଟା ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ସରକାରୀ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପିଢପାଟଣା, ଡେଲାଙ୍ଗ, ପୁରୀରେ ପହଞ୍ଚି ପରିବେଶ ସଚେତନତା କରିବା ସହ ଭଲ ପାଠ ପଢିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଧାନ ଶିକ୍ଷକ ଦିଗାମ୍ବର ରଥ ଛାତ୍ରଛାତ୍ରୀମାନଙ୍କୁ ପରିବେଶ କର୍ମୀ ଶ୍ରୀଯୁକ୍ତ ପାଢ଼ୀଙ୍କ ଭଳି ଗଛ ଲଗାଇ ପରିବେଶ ସୁରକ୍ଷାରେ ବ୍ରତୀ ହେବାପାଇଁ ଶପଥ କରାଇଥିଲେ । ଏହି ଅବସରରେ ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡ. ଏପିଜେ ଅବଦୁଲ କାଲାମଙ୍କ ସ୍ମୃତିରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରି ଶ୍ରୀଯୁକ୍ତ ପାଢ଼ୀ ଜନ ସଚେତନତା ସୃଷ୍ଟି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିଢପାଟଣା ଗ୍ରାମର ଅଙ୍ଗନୱାଡି କର୍ମୀ ପୁଷ୍ପାଞ୍ଜଳି ଜେନା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.