oom

ରାଜପୁର ଗ୍ରାମ ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବିଭିନ୍ନ ଖାଲି ସ୍ଥାନମାନଙ୍କରେ ସମାଜସେବୀ ଭାଗୀରଥୀ ବେହେରା ଗଛ ଲଗାଇ ସାମାଜିକ ବନୀକରଣ କରିବା ଲକ୍ଷ୍ୟ ନେଇଛନ୍ତି । ସେ କିଛି ଜଣ ସହଯୋଗୀ ସମାଜସେବୀଙ୍କୁ ନେଇ ଏହି କାର୍ଯ୍ୟ ଅନୁକୂଳ କରିଛନ୍ତି । ଗଞ୍ଜାମ ବ୍ଲକ୍ ଅଧୀନସ୍ଥ ରାଜପୁର ଗ୍ରାମର ଦଣ୍ଡକାଳୀ ମା’ ରାଜେଶ୍ୱରୀ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର କେତେକ ଭବିଷ୍ୟ ଫଳନ୍ତି ବୃକ୍ଷ ଚାରା ତାଙ୍କ ସହଯୋଗୀଙ୍କୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ବରିଷ୍ଠ ସମାଜସେବୀ ଭାଗୀରଥୀ ବେହେରାଙ୍କ ତତ୍ତ୍ଵାବଧାନତାରେ ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ସେଠୀ, ମନ୍ଦିର କମିଟି ଅଧିକାରୀ ଦାମ ମୁଦୁଲି, ମହେଶ କୁମାର ଗୌଡ଼, ଚକ୍ରପାଣି ପଲେଇ, ମାଧବ ମୁଦୁଲି ପ୍ରମୁଖ ଏହି ସାମାଜିକ ବନୀକରଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଛନ୍ତି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ମହତ୍ତ୍ୱ ସମ୍ପର୍କରେ ସ୍ଥାନୀୟ ବୃଦ୍ଧିଜୀବୀଙ୍କୁ ଶ୍ରୀ ବେହେରା ବିଶେଷ ଅବଗତ କରାଇଥିଲେ ।

jittmm
Leave A Reply

Your email address will not be published.