ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପବିତ୍ର ଦୋଳପୂର୍ଣ୍ଣମୀରେ ହର-ପାର୍ବତୀ, ରାଧା -ମୋହନ ଦୋଳବେଦୀ ଉପରେ ଦୋଳିରେ ଝୁଲି ଫଗୁ ଲାଗି ସହ ଭୋଗ ଖାଉଥିବା ବେଳେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ନିଜ ଗ୍ରାମ ଦୋଳବେଦୀ ଉପରେ ଐଶାନ୍ୟଶ୍ୱର ଦେବ ଓ ରାଧାମୋହନ ଦେବଙ୍କୁ ପୂଜକ ସାଜି ପୂଜାର୍ଚନା ସହ ବୃକ୍ଷଦେବତାଙ୍କୁ ପୂଜାର୍ଚନା କରି ଉଦାହରଣ ସୃଷ୍ଟି କରିଥିଲେ ଆଇନଜୀବୀ ହୃଷୀକେଶ ପାଢ଼ୀ । ଶ୍ରଦ୍ଧାଳୁମାନଙ୍କୁ ବିଶ୍ୱ ତାପାୟନ ବିଷୟରେ ଅବଗତ କରାଇବା ସହ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇ ସବୁଜଧରା ସୃଷ୍ଟି କରିବାକୁ ନିବେଦନ କରିଥିଲେ । ଶ୍ରୀ ପାଢ଼ୀଙ୍କର ଏତାଦୃଶ ଉଦ୍ୟମ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।