ମୁରିବାହାଲ ଡ଼ିଗ୍ରୀ କଲେଜରେ ସ୍ଵତନ୍ତ୍ର ଜାତୀୟ ସେବା ଶିବିର ପକ୍ଷରୁ’ମା ନାମରେ ଗଛଟିଏ’ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ପକ୍ଷରୁ ‘ମା ନାମରେ ଗଛଟିଏ’ ଅନ୍ତର୍ଗତ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକ ମୁଖ୍ୟ ଅତିଥି, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ପଶାୟତ ଓ ପ୍ରକୃତି ବନ୍ଧୁ ରାଜୀବ କୁମାର ମହାନ୍ତି ସମ୍ମାନିତ ଅତିଥି ଓ ଜନମୁକ୍ତି ଅନୁଷ୍ଠାନର ମୁଖ୍ୟ ଭଜରାମ ସାହୁ ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ । ପ୍ରକୃତି ଆମର ବନ୍ଧୁ, ସେ ପ୍ରକୃତି କେମିତି କଥା କୁହେ, ବୃକ୍ଷରୋପଣ ଦ୍ଵାରା ଆମେ ସେ ପ୍ରକୃତି ଓ ଜୀବଜଗତକୁ ବଞ୍ଚାଇପାରିବା ସେ ବିଷୟରେ ମୁଖ୍ୟବକ୍ତା ଶ୍ରୀ ସାହୁ ଛାତ୍ରଛାତ୍ରୀଙ୍କ ସହ ପୁଙ୍ଖାନୁପୁଙ୍ଖ ରୂପେ ଆଲୋଚନା କରିଥିଲେ । ଅଧ୍ୟକ୍ଷ ଶ୍ରୀ ନାୟକ ପାଖ ଘୁଷୁରାମୁଣ୍ଡା ଗ୍ରାମକୁ ପୋଷ୍ୟଗ୍ରାମ ରୂପେ ଘୋଷଣା କରାଯାଇଥିବା ସୂଚନା ଦେଇଥିଲେ । ଏହି ସଭାରେ ମହାବିଦ୍ୟାଳୟର ସ୍ୱତନ୍ତ୍ର ଜାତୀୟ ସେବା ଶିବିରର ସମସ୍ତ ସ୍ୱେଛାସେବୀ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅନ୍ୟାନ୍ୟ ଅଣକର୍ମଚାରୀ ଉପସ୍ଥିତ ଥିଲେ । ପରେ ସମସ୍ତେ ମିଶି ଗୋଟିଏ ଗୋଟିଏ ବୃକ୍ଷରୋପଣ କରି ମା ପାଇଁ ଗଛଟିଏ କାର୍ଯ୍ୟକ୍ରମର ଶେଷ କରିଥିଲେ । ସ୍ଵତନ୍ତ୍ର ଜାତୀୟ ସେବା ଶିବିରର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଭ୍ରୀଙ୍ଗରାଜ ରଣା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.