ବାପାମାଁ ଛେଉଣ୍ଡ ୫ ନାବାଳକ ସନ୍ତାନ : ବୃଦ୍ଧା ଆଈଙ୍କ ଭରସାରେ ଜୀବନ

କଣ୍ଟାବାଞ୍ଜି (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାନ୍ତ ପଂଚାୟତ ଢୋଲମାନ୍ଦଲ । ଢୋଲମାନ୍ଦଲ ଗାଁଟି ବଣ ଜଂଗଲ ପାହାଡ ପର୍ବତ ଘେରରେ ରହିଛି । ଗାଁର ଡମ୍ବରୁଧର ମାଝି ଓ ସାବେତ୍ରୀ ମାଝି ଉଭୟେ ବିବାହ କରିଥିଲେ । ତାଙ୍କର ୪ଟି କନ୍ୟା ସନ୍ତାନ ଡୋଲିନା ମାଝି( ୧୪), ବୈଶାଖି ମାଝି(୯), ଝରଣା ମାଝି (୭), ଧରିତ୍ରୀ ମାଝି (୪) ଓ ପୁଅ ରୋହନ ମାଝି ( ଅଢେଇ ବର୍ଷ) କୁ ନେଇ ସଂସାର । ଡମ୍ବରୁ ମାଝିଙ୍କ ଗତ ୨୦.୫.୨୦୧୯ ମସିହାରେ ମୃତ୍ୟୁ ହୋଇଥିଲା ପରେ ପରେ ପତ୍ନୀ ସାବେତ୍ରୀ ମାଝିଙ୍କ ମଧ୍ୟ ଚଳିତ ବର୍ଷ ତା. ୧୬.୧୧.୨୦୨୦ ତାରିଖରେ ମୃତ୍ୟୁ ହୋଇଗଲା । ତେବେ ଡମ୍ବରୁ ଓ ସାବେତ୍ରୀ ର ମୃତ୍ୟୁ ପରେ ୫ଜଣ ବାପା ମାଁ ଛେଉଣ୍ଡ ଶିଶୁ ମାନେ ବିଧବା ବୃଦ୍ଧା ଆଈ ଜୟମନି ଭୋଇ(୮୦)ଙ୍କ ଲାଲନ ପାଳନରେ ଜୀବନ ବିତାଉଛନ୍ତି । ବୃଦ୍ଧା ଆଈ ବାର୍ଦ୍ଧକ୍ୟ ଭତାରୁ ପାଉଥିବା ପାଂଚ ଶହ ଟଙ୍କାରୁ ୫ ଶିଶୁ ସହ ନିଜେ ପେଟ ପାଟଣା ପାଇଁ ସଂଘର୍ଷ ଜୀବନ ବିତାଉଛନ୍ତି । ବାପମାଁ ଛେଉଣ୍ଡ ଆଦିବାସୀ ଶିଶୁମାନେ ସରକାରୀ ସାହାଯ୍ୟ ପାଇଁ ବ୍ଲକ କାର୍ୟ୍ୟାଳୟକୁ ଅନେକ ବାର ଯାଇଥିଲେ ମଧ୍ୟ ସରକାରୀ ସହାୟତାରୁ ବଂଚିତ ହୋଇଛନ୍ତି । ବିଶେଷ ଅନୁସଂଧାନରୁ ଜଣାଯାଏ ଯେ, ଡମ୍ବରୁ ମାଝି ଢୋଲମାନ୍ଦଲ ଗାଁର ବ୍ରାଂଚ ପୋଷ୍ଟ ଅଫିସରେ ପୋଷ୍ଟ ମାଷ୍ଟର ଭାବେ ଚାକିରି କରୁଥିଲେ । ବଂଚିଥିବା ସମୟରେ ନିଜର ୫ ଶିଶୁ ସନ୍ତାନ ମାନଙ୍କ ଲାଲନ ପାଳନ ଠିକ୍‌ ଭାବେ କରୁଥିଲେ । ତାଙ୍କ ଝିଅ ମାନଙ୍କ ମଧ୍ୟରୁ ବଡ ଝିଅ ଡୋଲିନା ଗାଁ ସରକାରୀ ହାଇସ୍କୁଲରେ ନବମ ଶ୍ରେଣୀର ଛାତ୍ରୀ, ବୈଶାଖି ମାଝି ଗାଁ ପ୍ରାଥମିକ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀର ଛାତ୍ରୀ , ଝରଣା ୨ୟ ଶ୍ରେଣୀ ଛାତ୍ରୀ , ଧରିତ୍ରୀ ଗାଁରେ ଥିବା ଆଙ୍ଗନୱାଡି କେନ୍ଦ୍ରର ଛାତ୍ରୀ ଓ ରୋହନ ବୃଦ୍ଧା ବିଧବା ଆଈଙ୍କ ଦେଖାରେଖାରେ ଘରେ ରହେ । ପିତାମାତାଙ୍କ ମୃତ୍ୟୁ ପରେ ବାପାମାଁ ଛେଉଣ୍ଡ ସନ୍ତାନମାନେ ବିଭିନ୍ନ ଅସୁବିଧା ମଧ୍ୟରେ ରହୁଛନ୍ତି । ବାପାମାଁଙ୍କ ମୃତ୍ୟୁ ପରେ ପଂଚାୟତ ତରଫରୁ ଏପର୍ୟ୍ୟନ୍ତ କୌଣସି ସହାୟତା ମିଳିପାରି ନାହିଁ । ମାମୁଁ ଗଣେଶ ଭୋଇ ୫ ବାପାମାଁ ଛେଉଣ୍ଡ ଶିଶୁକୁ ଧରି ବ୍ଲକସ୍ଥିତ ମଂଗଲ ସଂପ୍ରସାରଣ ଅଧିକାରୀଙ୍କୁ ମଧ୍ୟ ଗୁହାରି କରିଛନ୍ତି ହେଲେ ତାର କୌଣସି ସହାୟତା ମିଳି ନାହିଁ । ଅସହାୟ ୫ଜଣଙ୍କୁ କିପରି ଥଇଥାନ କରାଯାଇ ପାରିବ ପୋଷ୍ଟାଲ ବିଭାଗ ତରଡଫରୁ ସାହାଯ୍ୟ ଯୋଗାଇ ଦିଆଯିବ ସେ ବିଷୟ ନେଇ ଲାଠୋର ପୋଷ୍ଟମାଷ୍ଟର ଉପେନ୍ଦ୍ର ଛତ୍ରିଆଙ୍କୁ ଯୋଗାଯୋଗ କରିବାରୁ ଲିଗାଲ ହେୟାର ସାର୍ଟିଫିକେଟ୍‌ ବାହାର କରି ଆମ୍ଭଙ୍କୁ ଦେଲା ପରେ ଡମ୍ବରୁର ବକେୟା ଥିବା ଟଙ୍କା ସହ ଜଣେ ସନ୍ତାନକୁ ରିହେବିଲିଟେସନରେ ଚାକିରି ମିଳିବାର ବ୍ୟବସ୍ଥା କରାଯିବାର ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି । (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାନ୍ତ ପଂଚାୟତ ଢୋଲମାନ୍ଦଲ । ଢୋଲମାନ୍ଦଲ ଗାଁଟି ବଣ ଜଂଗଲ ପାହାଡ ପର୍ବତ ଘେରରେ ରହିଛି । ଗାଁର ଡମ୍ବରୁଧର ମାଝି ଓ ସାବେତ୍ରୀ ମାଝି ଉଭୟେ ବିବାହ କରିଥିଲେ । ତାଙ୍କର ୪ଟି କନ୍ୟା ସନ୍ତାନ ଡୋଲିନା ମାଝି( ୧୪), ବୈଶାଖି ମାଝି(୯), ଝରଣା ମାଝି (୭), ଧରିତ୍ରୀ ମାଝି (୪) ଓ ପୁଅ ରୋହନ ମାଝି ( ଅଢେଇ ବର୍ଷ) କୁ ନେଇ ସଂସାର । ଡମ୍ବରୁ ମାଝିଙ୍କ ଗତ ୨୦.୫.୨୦୧୯ ମସିହାରେ ମୃତ୍ୟୁ ହୋଇଥିଲା ପରେ ପରେ ପତ୍ନୀ ସାବେତ୍ରୀ ମାଝିଙ୍କ ମଧ୍ୟ ଚଳିତ ବର୍ଷ ତା. ୧୬.୧୧.୨୦୨୦ ତାରିଖରେ ମୃତ୍ୟୁ ହୋଇଗଲା । ତେବେ ଡମ୍ବରୁ ଓ ସାବେତ୍ରୀ ର ମୃତ୍ୟୁ ପରେ ୫ଜଣ ବାପା ମାଁ ଛେଉଣ୍ଡ ଶିଶୁ ମାନେ ବିଧବା ବୃଦ୍ଧା ଆଈ ଜୟମନି ଭୋଇ(୮୦)ଙ୍କ ଲାଲନ ପାଳନରେ ଜୀବନ ବିତାଉଛନ୍ତି । ବୃଦ୍ଧା ଆଈ ବାର୍ଦ୍ଧକ୍ୟ ଭତାରୁ ପାଉଥିବା ପାଂଚ ଶହ ଟଙ୍କାରୁ ୫ ଶିଶୁ ସହ ନିଜେ ପେଟ ପାଟଣା ପାଇଁ ସଂଘର୍ଷ ଜୀବନ ବିତାଉଛନ୍ତି । ବାପମାଁ ଛେଉଣ୍ଡ ଆଦିବାସୀ ଶିଶୁମାନେ ସରକାରୀ ସାହାଯ୍ୟ ପାଇଁ ବ୍ଲକ କାର୍ୟ୍ୟାଳୟକୁ ଅନେକ ବାର ଯାଇଥିଲେ ମଧ୍ୟ ସରକାରୀ ସହାୟତାରୁ ବଂଚିତ ହୋଇଛନ୍ତି । ବିଶେଷ ଅନୁସଂଧାନରୁ ଜଣାଯାଏ ଯେ, ଡମ୍ବରୁ ମାଝି ଢୋଲମାନ୍ଦଲ ଗାଁର ବ୍ରାଂଚ ପୋଷ୍ଟ ଅଫିସରେ ପୋଷ୍ଟ ମାଷ୍ଟର ଭାବେ ଚାକିରି କରୁଥିଲେ । ବଂଚିଥିବା ସମୟରେ ନିଜର ୫ ଶିଶୁ ସନ୍ତାନ ମାନଙ୍କ ଲାଲନ ପାଳନ ଠିକ୍‌ ଭାବେ କରୁଥିଲେ । ତାଙ୍କ ଝିଅ ମାନଙ୍କ ମଧ୍ୟରୁ ବଡ ଝିଅ ଡୋଲିନା ଗାଁ ସରକାରୀ ହାଇସ୍କୁଲରେ ନବମ ଶ୍ରେଣୀର ଛାତ୍ରୀ, ବୈଶାଖି ମାଝି ଗାଁ ପ୍ରାଥମିକ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀର ଛାତ୍ରୀ , ଝରଣା ୨ୟ ଶ୍ରେଣୀ ଛାତ୍ରୀ , ଧରିତ୍ରୀ ଗାଁରେ ଥିବା ଆଙ୍ଗନୱାଡି କେନ୍ଦ୍ରର ଛାତ୍ରୀ ଓ ରୋହନ ବୃଦ୍ଧା ବିଧବା ଆଈଙ୍କ ଦେଖାରେଖାରେ ଘରେ ରହେ । ପିତାମାତାଙ୍କ ମୃତ୍ୟୁ ପରେ ବାପାମାଁ ଛେଉଣ୍ଡ ସନ୍ତାନମାନେ ବିଭିନ୍ନ ଅସୁବିଧା ମଧ୍ୟରେ ରହୁଛନ୍ତି । ବାପାମାଁଙ୍କ ମୃତ୍ୟୁ ପରେ ପଂଚାୟତ ତରଫରୁ ଏପର୍ୟ୍ୟନ୍ତ କୌଣସି ସହାୟତା ମିଳିପାରି ନାହିଁ । ମାମୁଁ ଗଣେଶ ଭୋଇ ୫ ବାପାମାଁ ଛେଉଣ୍ଡ ଶିଶୁକୁ ଧରି ବ୍ଲକସ୍ଥିତ ମଂଗଲ ସଂପ୍ରସାରଣ ଅଧିକାରୀଙ୍କୁ ମଧ୍ୟ ଗୁହାରି କରିଛନ୍ତି ହେଲେ ତାର କୌଣସି ସହାୟତା ମିଳି ନାହିଁ । ଅସହାୟ ୫ଜଣଙ୍କୁ କିପରି ଥଇଥାନ କରାଯାଇ ପାରିବ ପୋଷ୍ଟାଲ ବିଭାଗ ତରଡଫରୁ ସାହାଯ୍ୟ ଯୋଗାଇ ଦିଆଯିବ ସେ ବିଷୟ ନେଇ ଲାଠୋର ପୋଷ୍ଟମାଷ୍ଟର ଉପେନ୍ଦ୍ର ଛତ୍ରିଆଙ୍କୁ ଯୋଗାଯୋଗ କରିବାରୁ ଲିଗାଲ ହେୟାର ସାର୍ଟିଫିକେଟ୍‌ ବାହାର କରି ଆମ୍ଭଙ୍କୁ ଦେଲା ପରେ ଡମ୍ବରୁର ବକେୟା ଥିବା ଟଙ୍କା ସହ ଜଣେ ସନ୍ତାନକୁ ରିହେବିଲିଟେସନରେ ଚାକିରି ମିଳିବାର ବ୍ୟବସ୍ଥା କରାଯିବାର ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.