oom

ସରକାରୀ ଯୋଜନା ଅପହଞ୍ଚ : କୁଡିଆ ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲାଟ ବ୍ଲକ ଚିଖିଲି ଗ୍ରାମ ପଞ୍ଚାୟତର ଚିଖିଲି ଗ୍ରାମରେ ଏକ ଭଙ୍ଗା କୁଡିଆ ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ । ସୂଚନା ଅନୁସାରେ ବୃଦ୍ଧ ଘରନୁ ସାହୁ (୭୧) ତାଙ୍କ ସ୍ତ୍ରୀ ମଥୁରା ସାହୁ(୬୨) ତାଙ୍କ ଗୋଟିଏ ଝିଅ । କିଛି ବର୍ଷ ଆଗରୁ ତାଙ୍କ ଝିଅର ବାହାଘର ସରିଛି । ବର୍ତ୍ତମାନ ତାଙ୍କ କୁଡିଆ ଘରେ କେବଳ ବୃଦ୍ଧ ଦମ୍ପତି ରହୁଛନ୍ତି । ସରକାରୀ ସହାୟତା କହିଲେ ଦୁଇଜଣଙ୍କ ମାସକୁ ୧୦ କିଲୋ ଚାଉଳ ଏବଂ କେବଳ ଘରନୁ ସାହୁଙ୍କ ଭତ୍ତା ୫୦୦ ଟଙ୍କା, ତାଙ୍କ ସ୍ତ୍ରୀ ମଥୁରା ସାହୁଙ୍କ ବୟସ (୬୨) ବର୍ଷ ହୋଇଥିଲେ ଶୁଦ୍ଧା ଏ ପର୍ଯ୍ୟନ୍ତ ସିଏ ଭତ୍ତା ପାଇବାରୁ ବଞ୍ଚିତ ବୋଲି ପ୍ରକାଶ କରିଛନ୍ତି । ଇନ୍ଦିରା ଆବାସ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡେ ଯୋଗାଇ ଦେବା ପାଇଁ ବୃଦ୍ଧ ଦମ୍ପତି ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ଗାଇସିଲେଟ ବିଡ଼ିଓ ପର୍ଯ୍ୟନ୍ତ ନିଜ ଟିପ ଚିହ୍ନ ଥିବା ଦରଖାସ୍ତ ଦେଇଥିଲେ ଶୁଦ୍ଧା କେହି ତାଙ୍କ ଗୁହାରି ଶୁଣୁନଥିବା କଥା କୋହଭରା କଣ୍ଠରେ ବୃଦ୍ଧ ଦମ୍ପତି କହୁଛନ୍ତି । ତାଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ ହୋଇଯାଇଛି । ଏ ବିଷୟରେ ଆମ ପ୍ରତିନିଧି ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ସରପଞ୍ଚ କହିଥିଲେ ଘଟଣାରେ ସତ୍ୟତା ଅଛି । ମୋ ପଞ୍ଚାୟତକୁ ଏ ପର୍ଯ୍ୟନ୍ତ ନୂତନ ଇନ୍ଦିରା ଆବାସ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଗୃହ ଆସୁନାହିଁ, ସେଥିପାଇଁ ସେମାନେ ପୂର୍ବରୁ ଅଭିଯୋଗ କରିଆସୁଥିଲେ ଶୁଦ୍ଧା ମୁଁ ନିରୁପାୟ ବୋଲି ସ୍ଥାନୀୟ ସରପଞ୍ଚ ପ୍ରେମରାଜ ଅଗ୍ରୱାଲ କହିଛନ୍ତି । ବିଗତ ଦିନରେ ଏହି ଗ୍ରାମ ପଞ୍ଚାୟତରେ ଜଣେ ଜଣେ ହିତାଧିକାରୀ ଦୁଇ ଦୁଇଟି ଆବାସ ଯୋଜନା ପାଇଛନ୍ତି, ପୁରୁଣା ଘର ଦେଖାଇ ଆବାସ ଯୋଜନାର ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ଯାହାକି ସରକାରୀ ସ୍ତରରେ ତଦନ୍ତ ହେଉଛି । କିନ୍ତୁ ଯାହାର ରହିବାକୁ ଘର ଖଣ୍ଡେ ନାହିଁ, ଭଙ୍ଗା କୁଡିଆ ଘରେ ହାଡ ଭଙ୍ଗା ଶୀତ କାକର, ବର୍ଷା ଖରାରେ ଜୀବନ ବିତାଉଛନ୍ତି ତାଙ୍କ ପାଇଁ ସରକାରୀ ଯୋଜନାରେ ଘର ଖଣ୍ଡେ ନାହିଁ ବୋଲି ମତ ପ୍ରମାଶ ପାଇଛି । ଏ ବିଷୟରେ ବରଗଡ଼ ଜିଲ୍ଲାପାଳ ଦୃଷ୍ଟିଗୋଚର କରିବା ପାଇଁ ଜନସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.