ppurohit

ପଲିଥିନ ତଲେ ଦୟନୀୟ ଅବସ୍ଥାରେ କଟୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ : ତଦନ୍ତ କଲେ ଉପଜିଲ୍ଲାପାଳ

2nd

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ମୋ କୁଡିଆ, ପ୍ରଧାନମନ୍ତ୍ରୀ ଆବାସରେ ଘର ଯୋଗାଇ ଦେଉଥିବା ଡିମ ଡିମ ପିଟୁଛନ୍ତି ହେଲେ ଏବେବି ଅନେକ ଗରିବ ଲୋକମାନଙ୍କୁ ଘର ମିଲିନ ଥିବା ବେଳେ ପଲିଥିନ ତଲେ ଜୀବନ ବିତୁଥିବା ମଧ୍ୟ ଦେଖିବାକୁ ମିଲିଛି । ତେବେ ଟିଟିଲାଗଡ ବ୍ଲକ ସିହିନୀ ଗ୍ରାମରେ ବୃଦ୍ଧ ଦମ୍ପତି ତିଳେଶ୍ୱର ନାୟକ ଜଲନ୍ତା ଉଦାହରଣ ଦେଖିବାକୁ ମିଲିଛି । ଦୀର୍ଘ ବର୍ଷ ହେଲା ଘର ଭାଙ୍ଗି ଜିବା ଫଲରେ ଅସହାୟ ଅବସ୍ଥାରେ ସ୍ୱାମୀ ଓ ସ୍ତ୍ରୀ ରହିଛନ୍ତି । ତେବେ କୈାଣସି କାର୍ଯ୍ୟ ପାଇଁ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଏହି ଗ୍ରାମ ପଟରୁ ଯାଉଥିବା ବେଳେ ହଠାତ ନଜର ପଡିଥିଲା ତେବେ ସାଙ୍ଗେ ସାଙ୍ଗେ ବୃଦ୍ଧ ଦମ୍ପତୀଙ୍କ ଅବସ୍ଥା ଦେଖି ତାଙ୍କ ସହ ଆଲୋଚନା କରିଥିଲେ । ତେବେ ସ୍ଥାନୀୟ ବିଡିଓଙ୍କ ସହ କଥା ହୋଇ ଘର ଯୋଗାଇ ଦେବାର ପ୍ରତିଶୃତି ଦେଇଥିବା ଜଣାପଡିଛି । ତେବେ ଅନେକ ଥର ପ୍ରଶାସନ ଠାରେ ଗୁହାରୀ ମଧ୍ୟ କରି ସାରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ କିଛି ସୁଫଲ ମିଲିନ ଥିବା ବେଳେ ପ୍ରଶାସନର ପ୍ରତିଶୃତି କେତେ ସଫଲତା ଦେଖା ଦେଉଛି ତାହା ଆଗାମୀ ଦିନରେ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି । ତେବେ ରାଜ୍ୟ ସରକାର ତୁରନ୍ତ ଗରିବ ପରିବାରଙ୍କ ଘର ଯୋଗଇଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.