
ନୟାଗଡ : ଏକ ଭଡା ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଓ ବ୍ରାଉନ୍ସୁଗାର ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ନୟାଗଡ ସହରର ଉଦୟପଥରେ ଥିବା ଏକ ଭଡା ଘରେ ଏସଟିଏଫ୍ ଚଢାଉ କରି ନଗଦ ଟଙ୍କା, ବ୍ରାଉନସୁଗାର ଓ ବନ୍ଧୁକ ଜବତ କରିଛି । ତେବେ ମୁଖ୍ୟ ଅଭିଯୁକ୍ତଟି ଫେରାର ଥିବା ବେଳେ ୪ କେ.ଜି.ରୁ ଅଧିକ ବ୍ରାଉନ୍ସୁଗାର, ୬ ଲକ୍ଷରୁ ଅଧିକ ଟଙ୍କା, ବହୁତ ଗୁଡିଏ ଗୁଳି ସହ ଦୁଇଟି ବନ୍ଧୁକ ଜବତ କରିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ଏ ପର୍ଯ୍ୟନ୍ତ ଫେରାର୍ ଥିବା ଜଣାପଡିଛି ।