୧୩ ଗ୍ରାମ ବ୍ରାଉନସୁଗାର ଜବତ : ଜଣେ କୋର୍ଟ ଚାଲାଣ

ବେଗୁନିଆ : ବିଶେଷ ସୂତ୍ରରୁ ବାଘମାରୀ ପୋଲିସ ଅଟ୍ରି ନିକଟରେ ଥିବା ଖେଳ ପଡିଆରେ ବ୍ରାଉନସୁଗାର ବେପାର ପାଇଁ ଡିଲ ହେଉଥିବା ଖବର ପାଇଁ ଚଢାଉ କରିଥିଲା । ଚଢାଉ ସମୟରେ ଗୁରୁଜଙ୍ଗର କାହ୍ନା ନାୟକକୁ ଗିରଫ କରିବା ସହ ତାଙ୍କ ଠାରୁ ୧୩ ଗ୍ରାମ ବାଉନସୁଗାର ଜବତ କରିଥିଲା । ଜବତ ବ୍ରାଉନସୁଗାର ମୂଲ୍ୟ ୧ ଲକ୍ଷ ୩୦ ହଜାର ହେବ ବୋଲି ପୋଲିସ ସୂଚନା ଦେଇଛି । ହେଲେ ଡିଲ ସମୟରେ ପୋଲିସ ଚଢାଉ କରିବାରୁ କଣ୍ଟାମଳିମ ଗ୍ରାମର ରବିନା ସାମନ୍ତରା ଓ ଭୋଗଡା ଗ୍ରାମର ଜୁଲୁ ଜେନା ଫେରାର ହୋଇଯାଇଥିବା ବାଘମାରୀ ପୋଲିସ ସୂଚନା ଦେଇଛି । ବାଉନସୁଗାର ବେପାରୀ କାହ୍ନା ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.