ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : କୋଣାର୍କ ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ଗୋଠ ଚୌକ ଛକଠାରେ ଚଢ଼ାଉ କରି ୪୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ୨ ଜଣ ହେଲେ ଗୋପ ଥାନା ଅଧୀନ ବୟାଳିଶି ବାଟି ଗ୍ରାମର ତ୍ରିନାଥ ଭୋଇ (୩୨) ଓ ନାରାୟଣ ଭୋଇ (୪୪) । କୋଣାର୍କ ଅବକାରୀ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ନିମାପଡା ଉପ କାରାଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୪,୫୦,୦୦୦ ଟଙ୍କାରୁ ଅଧିକ ହେବ । ଏହି ଚଢ଼ାଉରେ ଅବକାରୀ ଏସଆଇ ସ୍ୱୟଂପ୍ରଜ୍ଞା ଶୁଭଦର୍ଶିନୀ ନାୟକ, ଏସଆଇ ନାରାୟଣ ବେହେରା, ଏଏସଆଇ ଲୋକନାଥ ପାତ୍ର, ପୂର୍ଣ୍ଣଚନ୍ଦ୍ର ନାୟକ, ଅବକାରୀ କର୍ମଚାରୀ ଆଶିଷ କୁମାର ପ୍ରଧାନ, ସେକ ୱାରିସ, ପ୍ରବୀନ ବିରାଜ କିରୋ ପ୍ରମୁଖ ସାମିଲ ଥିଲେ ।
Prev Post