- ଇଚ୍ଛାପୁର-ପାତ୍ରପୁର ମଧ୍ୟରେ ଗମନାଗମନରେ ଠପ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅଧୀନସ୍ଥ ଇଚ୍ଛାପୁରମ ମଣ୍ଡଳର ଲଦପୁଟୀ ନିକଟରେ ଥିବା ବ୍ରିଟିଶ ଅମଳର ବହୁ ପୁରୁଣା ବ୍ରିଜ ଭୁଷୁଡ଼ି ଭାଙ୍ଗିଯାଇଛି । ଫଳରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର-ଇଚ୍ଛାପୁର ମଧ୍ୟରେ ରହିଆସିଥିବା ବାଣିଜ୍ୟିକ ସମ୍ପର୍କରେ ପ୍ରତିବନ୍ଧକ ଦେଖାଦେଇଛି । ଗମନାଗମନରେ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଆନ୍ଧ୍ରସରକାର ଏହି ବ୍ରିଜ ଉପରେ ଭାରିଯାନ ଚଳାଚଳ ପାଇଁ ନିଷିଦ୍ଧ କରିଥିଲେ ମଧ୍ୟ ବେଇଆଇନ ଭାବେ ଭାରିଯାନ, ମାଲବାହୀଟ୍ରକ, ଗାଡ଼ି, ବୃହତ୍ତର ମାଲବାହୀଯାନ, ଦୂରଗାମୀ ବସ ଦୃତଗତିରେ ଯାଉଥିଲା । ତେବେ ଏକ ଭାରିଯାନ ମାଲବାହୀଟ୍ରକ ଅତିକ୍ରମ କଲା ବେଳେ ଆଜି ଦୁର୍ଘଟଣା ଜନିତ ଏହି ଇଚ୍ଛାପୁରର ଦକ୍ଷିଣପାଖ ବ୍ରିଜ ଭୁଷୁଡ଼ି ପଡ଼ିଲା । ଫଳରେ ଏକ ବୃହତ୍ତର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।