oom

ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ଭେଟିଲା ବ୍ରାହ୍ମଣ ସମାଜ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁର ୪ ଜଣ ବ୍ୟକ୍ତିଙ୍କ ରାୟଗଡା ଜିଲ୍ଲାର ଅମ୍ବାଦୋଳା ଥାନା ମଞ୍ଜରିକୋପା ଗାଁ ନିକଟରେ ଟ୍ରଲର ଆମ୍ବୁଲାନ୍ସକୁ ଧକ୍କା ଦେବା ଫଲରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ପରିବାର ନିକଟରେ ବ୍ରାହ୍ମଣ ସମାଜ ପହଂଚି ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ବ୍ରାହ୍ମଣ ସମାଜର ଜିଲ୍ଲା ଉପସଭାପତି ଡ. ନାରାୟଣ ମିଶ୍ର, ସମାଜସେବୀ ଅଜିତ କୁମାର ଯୋଶୀ, ସମ୍ପାଦକ ସନ୍ତୋଷ ତ୍ରିପାଠୀ, ନରହରି ପାଣିଗ୍ରାହୀ, ଲଛମନ ପାଣିଗ୍ରାହୀ, ସନ୍ତୋଷ କୁମାର ପୁରୋହିତ, ଆନନ୍ଦ କୁମାର ମିଶ୍ର, ସଭ୍ୟସାଚୀ ଶତପଥି, ରାଜେଶ ଚନ୍ଦ୍ର ପାଣିଗ୍ରାହୀ, ଦୀପକ ପାଣିଗ୍ରାହୀ, ଯୋଗିନ୍ଦ୍ର ମିଶ୍ର, ରିଚୁ ପଣ୍ଡା, ମହେନ୍ଦ୍ର ପାଣିଗ୍ରାହୀ ପ୍ରମୁଖଙ୍କ ସହ ବହୁ ସଦସ୍ୟ ପହଂଚି ମୃତକଙ୍କ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।

jittmm
Leave A Reply

Your email address will not be published.