ଜିଲ୍ଲା ବ୍ରାହ୍ମଣ ମହାସଭାର ବାମନ ଜନ୍ମୋତ୍ସବ ସହିତ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ତରଫରୁ ମହାପ୍ରଭୁ ବାମନ ଜନ୍ମୋତ୍ସବ ସହିତ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାମନ ଜନ୍ମ ପୂଜନୋତ୍ସବରେ ପୂଜକ ପଣ୍ଡିତ ସନ୍ତୋଷ ଶତପଥି ମହୋଦୟ ଓ କର୍ତ୍ତା ଭାବେ ରଂଜିତା ଶତପଥି ଓ ପ୍ରଭୁଦତ୍ତ ଶତପଥି ଦ୍ୱାରା ସମ୍ପାଦିତ ହୋଇଥିଲା । ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମଂଚାସୀନ ଅତିଥି ଭାବେ ଉପଦେଷ୍ଟା କମିଟିର ସଭ୍ୟ ନୀଳମଣି ମିଶ୍ର ଓ ସତ୍ୟବନ୍ତ ବେଦବାକ ପୂର୍ବତନ ସଭାପତି ଗିରିଧାରୀ ଶତପଥି, ସଭାପତି ଧନଞ୍ଜୟ ମିଶ୍ର ଓ ସମ୍ପାଦକ ଜୟରାମ ମିଶ୍ର ଆସନ ଗ୍ରହଣ କରିଥିଲେ । ଶ୍ୟାମ ସୁନ୍ଦର ଦାଶ ମଂଚ ପରିଚାଳନା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ପଣ୍ଡିତ ସନ୍ତୋଷ ଗୁରୁ ଓ ପଣ୍ଡିତ ଲକ୍ଷ୍ମୀ ପ୍ରସାଦ ଚାନ୍ଦଙ୍କର ମଙ୍ଗଳାଚରଣ ପାଠ ପରେ ୯୦ ବର୍ଷରୁ ଅଧିକ ବ୍ରାହ୍ମଣ ଦେବତା ନରସିଂହ ଗୁରୁ ଓ ପଣ୍ଡିତ ଗୋପୀନାଥ ବ୍ରହ୍ମାଙ୍କୁ ଫୁଳଚନ୍ଦନ ସହିତ ମାଲ୍ୟାର୍ପଣ ଓ ଉପଢୌକନ ଦ୍ୱାରା ସମ୍ମାନିତ କରାଯାଇଥିଲା । ଆଗଲପୁରରୁ ଆସିଥିବା ଉତ୍କଳ ଚନ୍ଦ୍ର ପାଠୀ ଓ ଲୋଇସିଂହାରୁ ଆସିଥିବା ଧରମସିଂ ମିଶ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ବକ୍ତାଗଣ ବ୍ରାହ୍ମଣଙ୍କର ସ୍ଥିତି ଓ ଆଦର୍ଶ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସଭା ଶେଷରେ ବ୍ରାହ୍ମଣ ମହାସଭାର ସଂଗଠନ ସମ୍ପାଦକ କିଶୋର କୁମାର ପୁରୋହିତ ଆଗାମୀ ସାଙ୍ଗଠାନିକ ଅଭିଯାନ ଉପରେ ସୂଚନା ପ୍ରଦାନ ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପବିତ୍ର ଉତ୍ସବରେ ବ୍ରାହ୍ମଣ ସମାଜର ଉପସଭାପତି ଗୋପବନ୍ଧୁ ପୁରୋହିତ, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, କାର୍ଯ୍ୟକାରୀ ସଦସ୍ୟ ପୁରୁଷୋତ୍ତମ ପଣ୍ଡା, ଦାମୋଦର ଓତା, ନଗର ସଭାପତି ନରେନ୍ଦ୍ର କୁମାର ଆଚାର୍ଯ୍ୟ, ନଗର ସମ୍ପାଦକ ସଂକୀର୍ତ୍ତନ ତ୍ରିପାଠି, ମାତୃଶକ୍ତି ସଂଗଠନର ମୁଖ୍ୟ କସ୍ତୁରୀ ରଥ, ବରିଷ୍ଠ ସଦସ୍ୟ ଲୋକନାଥ ନେପାକ, ବନମାଳୀ ନନ୍ଦ, ଶିବ ଶଙ୍କର ଖୁଆସ, ଜଗନ୍ନାଥ ଷଡଙ୍ଗୀ, ବ୍ରଜ କିଶୋର ପଣ୍ଡା, ଶରତ କୁମାର ହୋତା, ଶିବ ନାରାୟଣ ରଥ, ସୁବାଷ ଶତପଥି, ସନ୍ତୋଷ କୁମାର ତ୍ରିପାଠୀ, କୃପାସିନ୍ଧୁ ମିଶ୍ର, ପଶ୍ଚିମ ଓଡିଶାର ବୈଦିକ ପଣ୍ଡିତ ମହାସଂଘର ସଂପାଦକ ପଣ୍ଡିତ କିଶୋର ମିଶ୍ର, ସନ୍ତୋଷ ଦାଶ, ଶ୍ରୀନୃସିଂହ ମନ୍ଦିର ପୂଜକ ପଣ୍ଡିତ ଗୋବର୍ଦ୍ଧନ ଶତପଥୀ, ପ୍ରଦୀପ କୁମାର ଖମାରୀ, ଆଶୁତୋଷ ମିଶ୍ର, ଘୁଣ୍ଡୁ ଗୋପାଳ ମିଶ୍ର, ଆନନ୍ଦ ମିଶ୍ର ଇତ୍ୟାଦି ଅନେକ ଶତାଧିକ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.