ନୃସିଂହନାଥ ଆୟୁର୍ବେଦ କଲେଜ ଛାତ୍ରଛାତ୍ରୀଙ୍କ ଜର୍ଜଗଡ଼ ଗ୍ରାମ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ନୃସିଂହନାଥ ଆୟୁର୍ବେଦ କଲେଜର ୨ୟ ବର୍ଷ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ନିକଟସ୍ଥ ଜର୍ଜଗଡ଼ ଗ୍ରାମ ବୁଧବାର ପରିଦର୍ଶନ କରିଛନ୍ତି । ସେମାନେ ଘର ଘର ବୁଲି ପରିବାରଙ୍କ ମୁଖ୍ୟଙ୍କ ନାମ ଓ ଅନ୍ୟ ସଦସ୍ୟଙ୍କ ନାମ, ବୟସ ପଞ୍ଜିକରଣ କରି କାହାକୁ କେଉଁ ରୋଗ ହୋଇଛି କି ବୋଲି ପଚାରିବା ସହ କେଉଁ ପ୍ରକାରର ଔଷଧ ବ୍ୟବହାର କରୁଛନ୍ତି ? କେତେବେଳେ ଉଠୁଛନ୍ତି ? କେତେବେଳେ ଶୋଉଛନ୍ତି ? ଅତ୍ୟଧିକ ମୋବାଇଲ କିମ୍ବା ଟିଭି ଦେଖୁଛନ୍ତି କି ? ଖାଦ୍ୟ ଠିକ ସମୟ ରେ ଖାଉଛନ୍ତି ନା ନାହିଁ ? ଔଷଧ ନିୟମିତ ସମୟ ଅନୁସାରେ ଖାଉଛନ୍ତି କି ନାହିଁ ? ପାଣି ଠିକ ଭାବରେ ଛାଣି ପିଉଛନ୍ତି ତ ? ନିଜର ଘର ବାଡ଼ିରେଥିବା ପନିପରିବା ଖାଆନ୍ତୁ, ନିଜର ଘର ବାଡ଼ିରେ ଥିବା ଆୟୁର୍ବେଦ ଔଷଧ ବୈଦ୍ୟଙ୍କୁ ପଚାରି ସେବନ କରନ୍ତୁ ନିୟମିତ ଭୋରରୁ ଉଠି କିଛି ସମୟ ଚାଲନ୍ତୁ, ପ୍ରାଣାୟାମ କରନ୍ତୁ । ସର୍ବୋପରି ଆୟୁର୍ବେଦ ଜଡିବୁଟି ବ୍ୟବହାର କରିପାରିଲେ ଶରୀର ପାଇଁ ଭଲ ବୋଲି ମାଁ ଭଉଣୀମାନଙ୍କୁ ସୁନ୍ଦର ଭାବରେ ଛାତ୍ରଛାତ୍ରୀମାନେ ବୁଝାଉଥିବାର ଦେଖାଯାଇଥିଲା । ଡାକ୍ତର ଜଗନ୍ନାଥ ତ୍ରିପାଠୀଙ୍କ ତତ୍ପାବଧାନରେ ଅମରେନ୍ଦ୍ର ପ୍ରଧାନ, ଦିବ୍ୟାନସୁ କୁମାର ଜେନା, ବୁଦ୍ଧଦେବ ଭଟ୍ଟ, ଦୁଲେଶ୍ୱରୀ ପ୍ରଧାନ ଅମିଶା ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଜର୍ଜଗଡ଼ ଗ୍ରାମରେ ଘର ଘର ଯାଇ ଘରେ ଥିବା ଲୋକଙ୍କୁ ବିଭିନ୍ନ ନିତ୍ୟ ଖାଇବା ପିଇବା ଉପରେ ଦିଗଦର୍ଶନ ଦେଉଥିବାରୁ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.