ଜନସେବାରେ ସମର୍ପିତ ଆଦିବାସୀଙ୍କ ଆବାଜ ବ୍ରଜକିଶୋର ସିଂ ଭୋଇଙ୍କ ବିୟୋଗରେ ଶୋକସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ବ୍ଳକ ଶାଖା ତରଫରୁ ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ଠାରେ ବର୍ଷିଆନ ଆଦିବାସୀ ମସିହା ସଂଘର ଜିଲ୍ଲା ସଭାପତି ‌ସ୍ୱର୍ଗତ ବ୍ରଜକିଶୋର ସିଂଭୋଇଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଦିବ୍ୟଗତ ଜନନେତା ସ୍ଵର୍ଗତ ସିଂ ଭୋଇଙ୍କ ଫୋଟୋ ଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ ଭାବ ବିହ୍ୱଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସ୍ୱର୍ଗତ ସିଂ ଭୋଇ ଜନସେବାରେ ସମର୍ପିତ ଥିଲେ । ଗରିବ, ମହିଳା ଶ୍ରମିକ ଅସହାୟ ଲୋକଙ୍କ ପାଇଁ ଦେବଦୁତ ଭଳିଆ ସେବା କାର୍ଯ୍ୟ କରୁଥିଲେ । ‌ସ୍ୱରହୀନ ଲୋକଙ୍କ ଆବାଜ ଥିଲେ ଏବଂ ଆଦିବାସୀ ସମାଜର ମସିହା ଥିଲେ । ଅନ୍ୟାୟ ବିରୁଦ୍ଧରେ ଦୂର୍ବାର ଆନ୍ଦୋଳନ ବଜ୍ର ଆହ୍ୱାନ ଦେଇଥିଲେ ବ୍ରଜକିଶୋର ସିଂଭୋଇ ବୋଲି ମହାସଚିବ ଶ୍ରୀ ବିଶି ଶୋକ ବ୍ୟକ୍ତ କରିଥିଲେ । ସଂଘର ଜିଲ୍ଲା ସଭାପତି ତଥା ଓଡିଶା ଆଦିବାସୀ ମହାସଂଘର ଉପ ସଭାପତି ସ୍ୱର୍ଗତ ସିଂ ଭୋଇଙ୍କ ସମଗ୍ର ଆଦିବାସୀ ସମାଜର ଲଢ଼ୁଆ ନେତା ଥିଲେ । ତାଙ୍କର ଅବଦାନ ଅତୁଳନୀୟ ବଳିଦାନ ବ୍ୟର୍ଥ ହେବ ନାହିଁ ଆଦିବାସୀ ତଥା ଗରିବ ଜନସାଧାରଣଙ୍କ ପାଇଁ ବିକାଶ କାର୍ୟ୍ୟ ଜାରି ରହିଲେ ସ୍ୱର୍ଗତ ସିଂ ଭୋଇଙ୍କ ‌ସ୍ୱପ୍ନ ସାକାର ହେବ ବୋଲି ସଭାରେ ମରୁଆଁ ପଞ୍ଚାୟତର ସରପଞ୍ଚ ସନ୍ତୋସିନୀ ବିଶି, ଅଖିଳ ଭାରତୀୟ ଗୋଣ୍ଡୱାନାଁ ଗୋଣ୍ଡ ମହାସଭାର ମହାସଚିବ ରାମଚନ୍ଦ୍ର ଧରୁଆ, ନିହାର ରଞ୍ଜନ ଭୋଇ, ଯୁବ ସଂଗଠକ ମନୋବଧ ବରିହା, ଘନ ଭୋଇ, ଲେକୃ ଧରୁଆ ପ୍ରମୁଖ ‌ସ୍ମୃତି ଚାରଣ କରିଥିଲେ । ବନମାଳୀ ନାଏକ, ସଂଜୀବ ଶର୍ମା, ମୁକୁନ୍ଦ ଧରୁଆ, ପାଟଣାଗଡ଼ ବ୍ଳକ ସଭାପତି ଅଷ୍ଟର‌ତ୍ନ ବରିହା ପ୍ରମୁଖ ଉପସ୍ଥିତ ଥିବା ବେଳେ ଯୁଗ୍ମ ସଂପାଦକ ଗିରିଧାରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.