oum

ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ୪ ନାବାଳିକା : ୩ ଉଦ୍ଧାର, ଜଣେ ନିଖୋଜ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇଥିବା ୪ ନାବାଳିକା ବୁଡ଼ି ଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ରାଉରକେଲାର ପାନପୋଷ ବ୍ରାହ୍ମଣି ଘାଟକୁ ଗାଧୋଇବାକୁ ଯାଇଥିବା ୪ ଜଣ ନାବାଳିକା ବୁଡ଼ିଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କରିଥିଲେ ଏବଂ ଜଣେ ଏବି ବି ନିଖୋଜ ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ନାବାଳିକଙ୍କୁ ଖୋଜାଖୋଜି ଜାରି ରଖିଥବା ଜଣାପଡ଼ିଛି ।

Leave A Reply

Your email address will not be published.