ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ରେଗିଂ ଅଭିଯୋଗ

  • ଏନେଇ ପ୍ରଥମ ବର୍ଷ ଛାତ୍ର ଭୟଭୀତ ଓ ଅଶାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ରେଗିଂ ହୋଇଥିବା ନେଇ ଏକ ସୂଚନା ଭାଇରଲ ହୋଇଛି । ବିଶ୍ୱବିଦ୍ୟାଳୟର ନୂତନ ଛାତ୍ରବାସରେ ୨୦୨୪ ଶିକ୍ଷାବର୍ଷ ପ୍ରଥମ ବର୍ଷର ଛାତ୍ରମାନେ ରହୁଥିବା ବେଳେ, ଗତକାଲି ରାତିରେ ଦ୍ୱିତୀୟ ବର୍ଷର କିଛି ଛାତ୍ର ଏହି ଛାତ୍ରାବାସକୁ ଯାଇ ପଚରାଉଚରା କରିବା ଯୋଗୁଁ ସେମାନେ ଭୟଭୀତ ହୋଇଯାଇଥିଲେ । ଆଜି ରେଗିଂ ସମ୍ପର୍କରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀ ସେଠାରେ ପହଂଚି ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟପଟେ ଏନେଇ ହଷ୍ଟେଲ ୱାର୍ଡେନ ପ୍ରଫେସର ସୁଧାକର ପାତ୍ରଙ୍କ ସହ ଯୋଗାଯୋଗ ପାଇଁ ଫୋନ କରାଯାଇଥିଲେ ହେଁ ତାଙ୍କ ପ୍ରତିକ୍ରିୟା ମିଳିପାରିଲା ନାହିଁ ।

Leave A Reply

Your email address will not be published.