ୱାକୋ ଇଣ୍ଡିଆ ଆନ୍ତର୍ଜାତୀୟ କିକ୍‌ ବକ୍ସିଂରେ ବଲାଙ୍ଗିର ଖେଳାଳୀଙ୍କ ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିଲ୍ଲୀର କେଡି ଯାଦବ ଇନ୍‌ଡୋର ଷ୍ଟାଡିୟମର ଇନ୍ଦିରା ଗାନ୍ଧୀ ସ୍ପୋର୍ଷ୍ଟ କମ୍ପେଲ୍ସରେ ଫେବୃୟାରୀ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୱାକୋ ଇଣ୍ଡିଆ ଆନ୍ତର୍ଜାତୀୟ କିକ୍‌ ବକ୍ସିଂ ଚାମ୍ପିୟାନସିପ୍‌ରେ ବଲାଙ୍ଗିର ଜିଲ୍ଲା ଶେଖର କିକ୍‌ ବକ୍ସିଂ ଏକାଡେମୀର ମୁରଲି ମହାକୁର (୮୯ କେଜି) ବର୍ଗର ଦୁଇଟି କାଂସ୍ୟ ପଦକ ଓ କ୍ରିଷ୍ଣା ସେଠ (୫୭ କେଜି) ବର୍ଗର ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି । ଏହି ଅନ୍ତର୍ଜାତୀୟ କିକ୍‌ ବକ୍ସିଂ ଚାମ୍ପିୟାନସିପରେ ଚନ୍ଦ୍ର ଶେଖର ସେଠ ତାତାମି ରେଫରି ଭାବରେ ଅଂଶଗ୍ରହଣ କରିଥିଲେ । ବଲାଙ୍ଗିର ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ଓଡିଶା ଆମେଚର କିକ୍‌ ବକ୍ସିଂ ସଂଘର ସଭାପତି କାର୍ତ୍ତିକ ଡାକୁଆ, ବଲାଙ୍ଗିର ଜିଲ୍ଲା ଆମେଚର କିକ୍‌ ବକ୍ସିଂ ସଂଘର ସଭାପତି ଅଯୋଧ୍ୟା ମିଶ୍ର, ସଂପାଦକ ଭଗବାନ କୁମ୍ଭାର ଓ ବଲାଙ୍ଗିର କରାଟେ ସଂଘର ସଂପାଦକ ହୃଦୟ ଶବର, ଶେଖର କିକ୍‌ ବକ୍ସିଂ ଏକାଡେମୀର ସଦସ୍ୟ ସୁରେନ୍ଦ୍ର ସାହୁ, ବଦ୍ରୀନାଥ ହୋତା, ନିଳାଞ୍ଚଳ ନାଗ, ଚୈତନ୍ୟ କୁମାର ହିମାଂଶୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.