ls

ବୌଦ୍ଧ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷଙ୍କୁ ଘେରାଉ କଲେ ଅନୁଷ୍ଠାନର ଛାତ୍ରଛାତ୍ରୀ

sb

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ ଅନ୍ତର୍ଗତ ବଘିଆପଡା ଗ୍ରାମ ପଞ୍ଚାୟତର ନୂଆପାଲି ସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଛାତ୍ର ଅସନ୍ତୋଷ ଦେଖା ଦେଇଛି । ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଓଲଟି ସେମାନଙ୍କୁ ଧମକ ଚମକ ଦେବା ଓ ଆଶାଳୀନ ଭାଷା ବ୍ୟବହାର କରୁଥିବା ଅଭିଯୋଗ କରି ପ୍ରତିବାଦରେ ଆଜି ସକାଳୁ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓଲ୍ହାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପାନୀୟ ଜଳ, ତାତିରୁ ତ୍ରାହି ପାଇଁ କୁଲର ବ୍ୟବସ୍ଥା ଓ ଅନ୍ୟାନ୍ୟ ଅବ୍ୟବସ୍ଥାର ଦୂରୀକରଣ ସକାଶେ ଗତକାଲି ଅଧ୍ୟକ୍ଷଙ୍କୁ ଭେଟି ଦାବୀ କରିଥିଲେ । ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ସେମାନଙ୍କୁ ତାଛଲ୍ୟ କରି ମନ୍ତବ୍ୟ ଦେଇଥିଲେ । ଏଥିରେ ପିଲାମାନେ ଅପମାନ ଅନୁଭବ କରିବା ସହ ଆଜି ସକାଳୁ ଅଧ୍ୟକ୍ଷଙ୍କୁ ଘେରାଓ କରିଥିବା ଜଣା ପଡିଛି । ବୌଦ୍ଧ ସହର ଠାରୁ ବଘିଆପଡା ରାସ୍ତାର ନୁଆପାଲି ଠାରେ ଥିବା ନୂତନ କୋଠାକୁ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ସ୍ଥାନାନ୍ତର ପରେ ଅନେକ ଅବ୍ୟବସ୍ଥା ଦେଖା ଦେଇଛି । ଗମନାଗମନର ସୁବିଧା ନଥିବାରୁ ଅନେକ ଛାତ୍ରଛାତ୍ରୀ ଛାତ୍ରାବାସରେ ରହୁଥିବାବେଳେ ଭିତ୍ତିଭୂମି ଅଭାବରୁ ସେମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଆସୁଛି ।

pc pk
Leave A Reply

Your email address will not be published.