ବଲାଙ୍ଗିର ଜିଲ୍ଲାରେ ହଇଚଇ : କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୧୨ଟି ବୋମା ଜବତ

କଣ୍ଟାବାଞ୍ଜି : ବର୍ତ୍ତମାନର ଏକ ବଡ଼ ଖବର । ବଲାଙ୍ଗିର ଜିଲ୍ଲାରେ ହଇଚଇ । କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୧୨ଟି ବୋମା ଜବତ । କଣ୍ଟାବାଞ୍ଜି ରେଲୱେ ଷ୍ଟେସନର ରେଳ ୱାଗନ ଭିତରୁ ଏହି ୧୨ଟି ବୋମା ଜବତ କରାଯାଇଥିବା ସୂଚନା ରହିଛି । ଯାଞ୍ଚ ସମୟରେ ୱାଗନ ଭିତରୁ ଏହି ୧୨ଟି ବୋମା ରେଲୱେ ପୋଲିସ ଓ ରେଲୱେ କର୍ମଚାରୀ ମାନେ ଜବତ କରିଥିବା ସୂଚନା ରହିଛି । ଜବତ ହୋଇଥିବା ଏହି ବୋମା ସଇଁତଲା ବଡ଼ମାଲ ଫେକ୍ଟରୀର ବୋଲି ଜଣାପଡ଼ିଥିବା ବେଳେ ଜବତ ପରେ ବୋମା ଗୁଡ଼ିକୁ ସଇଁତଲା ବଡ଼ମାଲ ଫେକ୍ଟରୀରକୁ ଫେରାଇ ଦିଆଯାଇଥିବା ନେଇ ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି । ତେବେ କିଏ ଓ କାହିଁକି ଏହି ବୋମା ରେଳ ୱାଗନ ଭିତରୁ ଆଣିଲା, ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ବାର ବାର ଟି, ଏହା ପଛରେ କାହାର ହାତ ଅଛି, କଣ ବଡ଼ ପ୍ଲାନିଙ୍ଗ ରହିଛି । ତେବେ ଏଯାଏଁ ଜଣାପଡି ନଥିବା ବେଳେ ତଦନ୍ତ ପରେ ପୁରା ଘଟଣା ସ୍ପଷ୍ଟ ଭାବରେ ଜଣାପଡ଼ିବ ।

Leave A Reply

Your email address will not be published.