ଘଟଣା ସ୍ଥଳରେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘଟଣା ସ୍ଥଳରେ ଖୋଦ୍‌ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ । ଚାଲିଛି ତନାଘନା ତଦନ୍ତ । କିଏ ମାରିଲା ? କାହିିଁକି ମାରିଲା ? କେମିତି ପରିସ୍ଥିତିରେ ଯୁବକ ଯୁବତୀଙ୍କୁ ହତ୍ୟା କରାଯାଇଥିବ ? କ’ଣ ରହିଛି ଏହି ହତ୍ୟାକାଣ୍ଡର ରହସ୍ୟ ? ଏହି ଘଟଣା ପଛରେ ପ୍ରେମ ସଂପର୍କ ରହିଛି କି ? ନା’ ଆଉ କୌଣସି କାରଣରୁ ହତ୍ୟା କରାଯାଇଛି ଯୁବକ ଯୁବତୀଙ୍କୁ ? ଏସବୁ ଦିଗରେ ଏବେ ଛାନ୍‌ଭିନ୍‌ କରୁଛି ବଲାଙ୍ଗିର ପୋଲିସ । ଘଟଣା ସ୍ଥଳରେ ଖୋଦ୍‌ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ । ତଦନ୍ତରେ ଲାଗି ପଡ଼ିଛନ୍ତି ଡ଼ଗ୍‌ସ୍କ୍ୱାର୍ଡ ସହ ସାଇଟିଫିକ୍‌ ଟିମ୍‌ । ଏସ୍‌ପି ଶ୍ରୀ ଖିଲାରୀଙ୍କ ସହ ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ ଏବଂ ପୋଲିସ୍‌ ଟିମ୍‌ ରହିଥିବା ବେଳେ ଘଟଣାର ମୂଳ କେଉଁଠି ଖୋଜା ଚାଲିଛି । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଘାଟିରେ ପଡ଼ିଛି ହଳେ ଯୁବକ ଯୁବତୀଙ୍କ ମୃତଦେହ । ଅର୍ଦ୍ଧନଗ୍ନ ଅବସ୍ଥାରେ ଯୁବକଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ବେଳେ ସେଇ ପାଖରେ ପଡ଼ିଛି ଯୁବତୀଙ୍କ ମୃତଦେହ । ଏହି ଘଟଣା ସାରା ବଲାଙ୍ଗିର ଜିଲ୍ଲାରେ ଚହଳ ସୃଷ୍ଟି କରିଥିବା ବେଳେ ଏହି ହତ୍ୟାକାଣ୍ଡର କାରଣ କ’ଣ ହୋଇପାରେ, ସେ ଦିଗରେ ପୋଲିସ ତନାଘନା ଛାନ୍‌ଭିନ୍‌ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.