centurian jitm

ରାଜ୍ୟ ଉପକନିଷ୍ଠ କରାଟେ ପ୍ରତିଯୋଗିତାରେ ବଲାଙ୍ଗିରକୁ ମିଳିଲା ସଫଳତା

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ଉକ୍ରଳ କରାଟେ ସ୍କୁଲ ଠାରେ ରବିବାର ଦିନ ୩୬ତମ ରାଜ୍ୟ ଉପ କନିଷ୍ଟ କରାଟେ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ୧୬ ଓ ୧୭ ତାରିଖ ୨ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ୨୨ଟି ଜିଲ୍ଲାରୁ ସର୍ବମୋଟ ୫୮୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ବଲାଙ୍ଗିର ଜିଲ୍ଲା କରାଟେ ସଂଘ ପକ୍ଷରୁ ୨୭ ଜଣ ଭାଗ ନେଇଥିବା ବେଳେ ଆନନ୍ଦିତା ସାହୁ, କ୍ରେୟାଂଶ ଲେଙ୍କା, ଲୋକେଶ ବାଗ, ଅଂଶୁମାନ ପୃଷ୍ଟିଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ପ୍ରୀୟଦର୍ଶିନି ଦିପଙ୍କୁ ରୋପ୍ୟ ଓ ତ୍ରିଶା ଶୁଭଦର୍ଶୀ ମାଝୀ, ଜସମିନ ସାହୁ, ଅଭିପ୍ସା ଦଲାଇ, ଦୀପିକା ଭୋଇ, ସୁପ୍ରିୟା ସାହୁ, ଦିଶାନ୍ତ ପାଢି, ସାଇ ଶ୍ରୀୟାଂଶିକା ବନଛୋର, ହର୍ଷୀତା ସିଂ କାଂସ୍ୟ ପଦକ ହାସଲ କରିଛନ୍ତି । ବଲାଙ୍ଗୀିରକୁ ସର୍ବମୋଟ ୧୫ଟି ପଦକ ହାସଲ କରିଛି । ଉଦ୍‌ଯାପନି ଉତ୍ସବରେ ଯୁବନେତା ଜଗନ୍ନାଥ ପ୍ରଧାନ, ଓଡିଶା ରାଜ୍ୟ କରାଟେ ସଂଘର ସଭାପତି ହରିପ୍ରସାଦ ପଟ୍ଟନାୟକ, ସଂପାଦିକା ଗୌରି ମହାନ୍ତି, ଉପ ସଭାପତି ପ୍ରଦିପ କୁମାର ସରକାର, ସୋମ୍ୟ ରଂଜନ ସାମଲ, କୋଷାଧ୍ୟକ୍ଷ୍ୟ ଖାରବେଳ ମଲ୍ଲିକ, ଯୁଗ୍ମ ସଂପାଦକ କାଳି ପ୍ରସାଦ ନନ୍ଦ, ଉପଦେଷ୍ଟା ସନଥ ନାୟକ ଓ ପ୍ରକାଶ କୁମାତ ପଟ୍ଟନାୟକ ଉପସ୍ଥିତ ଥିଲେ । ବଲାଙ୍ଗିର ଜିଲ୍ଲାରୁ ସୁରେଶ ଚନ୍ଦ୍ର ଜାଲ, ହୃଦୟ ଶବର, ବ୍ୟମୋକେଶ ବେହେରା, ଚନ୍ଦ୍ର ଶେଖର ସେଠ ଓ ଅସିମ ଭୋଇ ରେଫରି ଓ ଜଜ୍‌ର କାର୍ଯ୍ୟ ବହନ କରିଥିଲେ । ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ଖେଳାଳିି ଆସନ୍ତା ମାସରେ ହେବାକୁ ଥିବା ଜାତୀୟ ଉପ କନିଷ୍ଠ କରାଟେ ପ୍ରତିଯୋଗିତାରେ ଓଡିଶା ରାଜ୍ୟ କରାଟେ ସଂଘ ତରଫରୁ ଭାଗ ନେବେ ବୋଲି ଜିଲ୍ଲା କରାଟେ ସଂଘ ସଂପାଦକ ହୃଦୟ ଶବର ସୂଚନା ଦେଇଛନ୍ତି । ଏହି ସଫଳତାରେ ଜିଲ୍ଲା କରାଟେ ସଂଘର ସଭାପତି ଦେବଦତ୍ତ ବେହେରା, ଉପ ସଭାପତି ଉମେଶ ନନ୍ଦ, ଉପଦେଷ୍ଟା ମାନୁଏଲ ନାଗ, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦୀପ, ସହ ସଂପାଦକ ସରୋଜକାନ୍ତ ବେହେରା ଟିମ୍‌ ମ୍ୟାନେଜର ରାଜେନ୍ଦ୍ର ବାଗ, ଟିମ୍‌ କୋଚ ଗୋପାଳ ସାହୁ, ବଲାଙ୍ଗିର କରାଟେ ସ୍କୁଲର ସଭାପତି ସଚିଦାନନ୍ଦ ବାଗ, ମନ ଗୋବିନ୍ଦ ମେହେର, ସମସ୍ତ ସଂଘ ସଦସ୍ୟ, ଖେଳ ପ୍ରେମୀ ଓ ଅଭିଭାବକମାନେ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!