କୋଇଲା ବୋଝେଇ ଟ୍ରେନରେ ନିଆଁ

ସୋର : ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ସୂଚନା ମିଳିଛି । ସୋର ଷ୍ଟେସନ ନିକଟରେ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବାର ସ୍ଥାନୀୟ ଲୋକେ ଦେଖି ୧୧୨ ମାଧ୍ୟମରେ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ସୋର ଅଗ୍ନିଶମ ବିଭାଗର ଦୁଇଟି ଦମକଳ ରେଳଷ୍ଟେସନରେ ପହଁଚି ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ । ପରେ ଟ୍ରେନଟି ଗନ୍ତବ୍ୟ ସ୍ଥଳକୁ ଯାଇଥିଲା ।

Leave A Reply

Your email address will not be published.