ବାସନ୍ତୀ କଲୋନୀରେ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ ଏବିସି ବ୍ଲକ ଦୁର୍ଗା ପୂଜା କମିଟି ଆନୁକୂଲ୍ୟରେ ବୋଇତ ବନ୍ଦାଣ ଉତ୍ସବ ତଥା ୧୦ମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶୈବାଳ ସେନ୍‌ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ କେଦାର ନାୟକଙ୍କ ଆବାହକତ୍ୱ ତଥା ଶୁଭଶ୍ରୀ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ପ୍ରତିନିଧି ଗଗନ ପଣ୍ଡା ମୁଖ୍ୟ ଅତିଥି ଓ ଜର୍ଣ୍ଣାଲିଷ୍ଟ୍‌ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ ‘ଆ କା ମା ବୈ’ ର ବୈଶିଷ୍ଟ୍ୟ ଓ ଓଡ଼ିଆ ଜାତିର ବୌଦ୍ଧିକ ତଥା ବୈଷୟିକ ଐଶ୍ୱର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସଂସ୍କୃତିକୁ ବଞ୍ଚାଇ ରଖିବାର ପ୍ରୟାସକୁ ସାଧୁବାଦ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ସମସ୍ତ ବରିଷ୍ଠ କର୍ମକର୍ତ୍ତାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ପରେ ଶ୍ରୀ ମ୍ୟୁଜିକାଲ୍‌ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ପରିଚାଳନାରେ ସର୍ବଶ୍ରୀ ସପନ ପଣ୍ଡା, ମାନସ ପଟ୍ଟନାୟକ, ସୁରଥ ନାୟକ, ରାଜେନ୍ଦ୍ର ପାଣିଗ୍ରାହୀ, ଦୁର୍ଗା ମହାନ୍ତି, ଜ୍ଞାନ ରଞ୍ଜନ ମିଶ୍ର, ନରେନ୍ଦ୍ର ସାହୁ, ସରୋଜ ପାତ୍ର, ଚିତ୍ତରଞ୍ଜନ ମହାନ୍ତି, ଗଗନାନନ୍ଦ ପ୍ରଧାନ, ବୈଲୋଚନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର କର୍ମକର୍ତ୍ତା ମନିନ୍ଦ୍ରନାଥ ଦାସ ଓ ଗୋବର୍ଦ୍ଧନ ପୂଝାରୀଙ୍କ ବିୟୋଗରେ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା

Leave A Reply

Your email address will not be published.