କୋଏଲ କ୍ଲବ ତରଫରୁ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କୋଏଲ ନଗରର କୋଏଲ କ୍ଲବ ତରଫରୁ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲାର ବିଧାୟକ ତଥା ଜିଲ୍ଲା ଯୋଜନା ବୋଡର ଅଧ୍ୟକ୍ଷ ଯୋଗ ଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଭାଷା ସାହିତ୍ୟ ତଥା ପରମ୍ପରାକୁ ବଜାଏ ରଖିବାରେ ସାହାଯ୍ୟ କରୁଥିବାରୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଅର୍ପଣ କରିଥିଲେ । ସଭାପତି ନିକୁଞ୍ଜ ନନ୍ଦଙ୍କ ସଭାପତିତ୍ୱ ଓ ଦିଲ୍ଲିପ ମହାନ୍ତିଙ୍କର ଆବାହକତ୍ୱରେ ଓ ବ୍ରଜେନ୍ଦ୍ର ଦାସଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୈକୁଣ୍ଠଘାଟ ଠାରେ ପ୍ରବଚକ ମନରଞ୍ଜନ କର ପ୍ରବଚନ ଦେଇଥିଲେ । ଆମ ଭାଷା ସଂସ୍କୃତି କିପରି ମହିମାନ୍ୱିତ ତାହା ବଖାଣି ଥିଲେ । ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ରାତ୍ରି ୪ଟାରୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସାଧବ ପୁଅ ବେଶରେ ଅତିଥି ମାନେ ସଜେଇ ହୋଇ କାଏଲ ନଦୀରେ ବୋଇତ ଭସାଇଥିଲେ । ସାଧବ ପୁଅ ଭାବରେ ସାରଦା ପ୍ରସାଦ ନାୟକ, ନିକୁଞ୍ଜନନ୍ଦ, ପଦୀପ ନନ୍ଦ, ପ୍ରମୋଦ କୁମାର ସାହୁ, ହରମୋହନ ମଲିକ, ସୁରେଶ ପ୍ରଧାନ, ବ୍ରଜମୋହନ ଅଗ୍ରୱାଲ, ଅଶୋକ ରଥ, ପିଙ୍କୁ ଜୟଶ୍ୱାଲ ଓ ତଅପୋଇ ଭାବେ ଅପର୍ଣ୍ଣା ମହାନ୍ତି ସାତ ସାଧବଙ୍କୁ ବନ୍ଦାପନା କରିଥିଲେ । କ୍ଲବର ସଦସ୍ୟ ମାନେ ଦିଲ୍ଲିପ ମହାନ୍ତି, ଦିଲ୍ଲିପ ପୁହାଣ, ଗୌରିଶଙ୍କର ମିଶ୍ର, ବିଜୟ ଦାସ, ଜୟଶ୍ରୀ ପାଣିଗ୍ରାହୀ, ମାନସି ମହାପାତ୍ର, ସସ୍ମିତା ପ୍ରଧାନ, ଧରିତ୍ରୀ ଦାସ, ସଂଯୁକ୍ତା ସାହୁ, ବସୁମତି ମହାନ୍ତି, ସରମିଲା ରାଜଗୁରୁ ତଥା ବହୁସଂଖ୍ୟାରେ ଜନ ସମାଗମ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମର ଶେଷରେ ଧରିତ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.