oum

ବଲାଙ୍ଗିର ସହରରେ ବିଦେଶୀ ମଦ ଦୋକାନରୁ ପେଟି ପେଟି ମଦ ବୋହିନେଲେ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବିଦେଶୀ ମଦ ଦୋକାନରୁ ପେଟି ପେଟି ମଦ ବୋହିନେଇଥିବା ଭଳି ଏକ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ କଦମପଡା ସ୍ଥିତ ୭ ନମ୍ବର ବିଦେଶୀ ଅଫ ସପରୁ ବିଳମ୍ବିତ ରାତିରେ ଚୋରମାନେ ଦୋକାନର ତାଲା ଭାଙ୍ଗି ପ୍ରାୟ ୪୯ ପେଟି ମଦ ଚୋରି କରି ନେଇଯାଇଛନ୍ତି । ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହୋଇଥିବା ଦୋକାନ ମାଲିକ କହିଛନ୍ତି । ଏନେଇ ଖବର ପାଇବା ପରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.