ଅତ୍ୟାଧୁନିକ ଫଳ ମାର୍କେଟକୁ ଦୋକାନୀ ନ ଗଲେ ବାତିଲ ହେବ ଆବଣ୍ଟନ : ବିଏମ୍‌ସିର ଚେତାବନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅତ୍ୟାଧୁନିକ ଫଳ ମାର୍କେଟକୁ ଦୋକାନୀ ନ ଗଲେ ଆବଣ୍ଟନ ବାତିଲ ହେବ ବୋଲି ବିଏମ୍‌ସି ଚେତାବନୀ ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ ବିଏମ୍‌ସି ପକ୍ଷରୁ ୟୁନିଟ-୨ରେ ଫଳ ମାର୍କେଟ ନିର୍ମାଣ ହୋଇଥିଲା । ଜୁନ୍‌ ମାସରେ ଫଳ ମାର୍କେଟର ନିର୍ମାଣ କାର୍ଯ୍ୟ ସରିଥିଲା । ଜୁଲାଇ ୧ ତାରିଖରୁ ଆବଣ୍ଟିତ ଦୋକାନ ଖୋଲିବାକୁ ଦୋକାନୀ ମାନଙ୍କୁ କୁହାଯାଇଥିଲା । ମାତ୍ର କେହି ନୂଆ ମାର୍କେଟକୁ ଗଲେନାହିଁ । କିନ୍ତୁ ଆବଣ୍ଟନ ହୋଇଥିବା ଦୋକାନୀମାନେ ଫଳ ଦୋକାନକୁ ନଯାଇ ରାସ୍ତା ଉପରେ ଷ୍ଟଲ ଲଗାଉଛନ୍ତି । ଫଳରେ ରାଜଧାନୀର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ଟ୍ରାଫିକ ଜାମ ପରିସ୍ଥତି ସୃଷ୍ଟି ହେଉଛି । ଗତକାଲି କମିଶନର ବୁଲିବା ସହ ଆବଣ୍ଟନ ହୋଇଥିବା ଦୋକାନକୁ ତୁରନ୍ତ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଗଷ୍ଟ ସୁଦ୍ଧା ଦୋକନକୁ ନ ଗଲେ ଆବଣ୍ଟନ ବାତିଲ କରାଯିବ ବୋଲି ଡେପୁଟି କମିଶନର (ମାର୍କେଟ) ପ୍ରମୋଦ ପୃଷ୍ଟି କହିଛନ୍ତି ।

Leave A Reply

Your email address will not be published.