oom

ପିପି ଏକାଡେମି ପୁରାତନ ଛାତ୍ରଙ୍କ ପକ୍ଷରୁ ରକ୍ତଦାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିପି ଏକାଡେମୀ ସ୍କୁଲର ହୀରକ ଜୟନ୍ତୀ ପାଇଁ ପୁରାତନ ଛାତ୍ରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ଏକ ରକ୍ତଦାନ ଶିବିର ସ୍କୁଲର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ହୀରକ ଜୟନ୍ତୀକୁ ମହାସମାରୋହରେ ପାଳନ କରିବା ପାଇଁ ଉତ୍ସାହୀ ପୁରାତନ ଛାତ୍ରମାନେ ନିଜ ପତ୍ନୀ ଓ ସନ୍ତାନଙ୍କ ସହ ରକ୍ତଦାନ କରିବା ଦେଖାଯାଇଥିଲା । ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ, ରାକେଶ କୁମାର ପଣ୍ଡା, ସଞୀବ କୁମାର ବାବୁ, ସମ୍ବିତ କୁମାର ପଣ୍ଡା, ସନ୍ତୋଷ କୁମାର ଦାଶ, ପ୍ରଶାନ୍ତ କୁମାର ପଣ୍ଡା, ରଞ୍ଜୁ ରାଣୀ ସୁବୁଦ୍ଧି, ଧିରଜ କୁମାର ସାହୁ, ଥାକୁର କୁମର ସେଠ, ମଦନ ମୋହନ ପୁରୋହିତ, ଦୀପକ କୁମାର ପଣ୍ଡା, ରବିଶଙ୍କର ଦାଶ, ଆଶିଷ କୁମାର ସାହୁ, ବାପୁନି କୁମାର ସାହୁ, ସଞିବ କୁମାର ସାହୁ, ନବ କିଶୋର ବେହେରା, ଦେବାଶିଷ ସାହୁ, ହିମାଂଶୁ କୁମାର ପଟ୍ଟନୟକ, ମାଧବ ଚରଣ ସାହୁ, ଦେବୀ ପ୍ରସାଦ ବନଛୋର, ସୁନାଦେବ ବନଛୋର, ରଞୟ ଦାସ, ସୁଶାନ୍ତ କୁମାର ତ୍ରିପାଠୀ, ସୟେଦ ସାହିଦ ହୁସେନ, ସୌମ୍ୟଶକ୍ତି ଦାଶ, କିଶନ କୁମାର ହନୁମାନ, ଶେଖ ସାଜିଦ ହୁସେନ ପ୍ରମୁଖ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମକୁ ହୀରକ ଜୟନ୍ତୀ କମିଟୀର ଉପସଭାପତି ହେମନ୍ତ କୁମାର ପଣ୍ଡା ସଂଯୋଜନା କରିଥିଲେ । କୋଷାଧ୍ୟକ୍ଷ ଦତ୍ତାନନ୍ଦ ପଣ୍ଡା, ସୟେଦ ଅଫତାବ ହୁସେନ, ଶେଖର ସେଠ ଓ ମନୋରଂଜନ ସାହୁ ପରିଚାଳନା କରିଥିଲେ । ସଭାପତି ଶଶି ଭୂଷଣ ପୁରୋହିତଙ୍କ ସହ ବହୁ ପୁରାତନ ଛାତ୍ର ଉପସ୍ଥିତ ଥିଲେ । ରକ୍ତଭଣ୍ଡାର ଅଧିକାରୀ ଓ କର୍ମଚାରୀମାନଙ୍କ ସହାୟତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.