ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ କ୍ରୀଡା ସମ୍ମିଳନୀ

କଳାହାଣ୍ଡି, (ପିକେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ବିଦ୍ୟାଳୟ ଓ କ୍ରୀଡା ସଂଘ ତରଫରୁ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆଜି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ତତ୍ୱାବଧାନରେ ବ୍ଲକସ୍ତରୀୟ କ୍ରୀଡା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଅଶୋକ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଖେଳ ଶିକ୍ଷକ ବେଣୁଧର ରଣା ସମସ୍ତ କ୍ରୀଡା ପରିଚାଳନା କରିଥିଲେ । ଏଥିରେ ମ. ରାମପୁର ବ୍ଲକ ଜୁନିୟର ଓ ସିନିୟର ବିଭାଗ ଷଷ୍ଠରୁ ଦଶମ ଶ୍ରେଣୀରୁ ମନୋନୀତ ହୋଇ ଆସିଥିବା ଛାତ୍ରଛାତ୍ରୀ ଦୌଡ, ଲମ୍ବାଡିଆଁ, ଉଚ୍ଚଡିଆଁ, ସର୍ଟ ଫୁଟ, ଜେଭଳିନ ଥ୍ରୋ, କ୍ରିକେଟ ଭଳି ଏଥେଲେଟିକ ଓ କ୍ରୀଡାରେ ଅଂଶଗ୍ରହଣ କରି କୃତୀ ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ । ଉକ୍ତ ପ୍ରତିଯୋଗିତାରେ ମ. ରାମପୁର କ୍ରୀଡା ଶିକ୍ଷକ ସଂଘର ନୋଡାଲ ସମ୍ପାଦକ ତଥା ମୋହନଗିରି ଖେଳ ଶିକ୍ଷକ ଭେରୀକଣ୍ଠ ପଧାନଙ୍କ ନେତୃତ୍ୱରେ, ମହେନ୍ଦ୍ର ବେସରା (ଓଏଭି ମଦନପୁର) ଅରୁଣ କୁମାର ଭୋଇ (ଏସ.ଏସ.ଡି. ମଦନପୁର), ସୋମ୍ୟରଞ୍ଜନ ବାରିକ, (ଡି.କରଲାଖୁଣ୍ଟା), ଜୁବିନ ଲାହା ଜାଲ, (ବାଲିଭଟା), ଲମ୍ବୋଦର ସାହୁ (ମୁଡିଙ୍ଗ), ଅଭିଷେକ ଛାତ୍ରୀଆ (ମାନିକେରା) ଓ ଡୋଳାମଣି ବେହେରା (ନୁନପୁର)ର ଖେଳ ଶିକ୍ଷକମାନେ ପ୍ରତିଯୋଗିତା ଦାଇତ୍ୱ ସୁରୁଖୁରୁରେ ତୁଲେଇ ଥିଲେ । ପଞ୍ଚସଖା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.