oom

ଲୋକ ଉନ୍ନତି ସଂଗଠନ ତରଫରୁ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଝିଙ୍କିଡୁଙ୍ଗୁରୀ ଗ୍ରାମ ପଞ୍ଚାୟତ ଝିଙ୍କିଡୁଙ୍ଗୁରୀ ଗ୍ରାମରେ ବଲାଙ୍ଗିର ଲୋକ ଉନ୍ନତି ସଂଗଠନ ତରଫରୁ ସଇଁନ୍ତଲା ବ୍ଲକ ସଂଯାେଜିକା ଗୀତାଞଳୀ କୁମ୍ଭାରଙ୍କ ନେତୃତ୍ୱରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଝିଙ୍କିଡୁଙ୍ଗୁରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ବଜରଙ୍ଗଲାଲ ଜୈନ, ମୁଖ୍ୟ ବକ୍ତା ଝିଙ୍କିଡୁଙ୍ଗୁରୀ ପଞ୍ଚାୟତର ସମିତି ସଭ୍ୟ ଅନନ୍ତ କାଲସାଏ, ସମ୍ମାନୀତ ଅତିଥି ଝିଙ୍କିଡୁଙ୍ଗରୀ ପଞ୍ଚାୟତ ‌ସ୍ୱୟଂ ସହାୟକ ମହାସଂଘର ସଭାନେତ୍ରୀ, ରୁପକାନ୍ତି ଭାେଇ ସମ୍ପାଦିକା କଲାବତୀ ମହାନନ୍ଦ, ଏମ.ବି.କେ ପୁଷ୍ପାଞ୍ଜଳି କୁମ୍ଭାର ଓ ଝିଙ୍କିଡୁଙ୍ଗୁରୀ ପଞ୍ଚାୟତର ଆଶାସାଥୀ ରଜନୀଗନ୍ଧା କୁଦେଇ ପ୍ରମୁଖ ଯାେଗଦେଇଥିଲେ । ଆନ୍ତର୍ଜାତୀୟ ମହିଳା ଦିବସ କାହିଁକି ଓ କ’ଣ ପାଇଁ ପାଳନ କରାଯାଉଛି ସେହି ବିଷୟରେ ଓ ମହିଳା ମାନଙ୍କର ଅଧିକାରକୁ ଜଣେଇବା ପାଇ ତାଙ୍କୁ ସମ୍ମାନ ଦେବା ପାଇ ଓ ସେମାନଙ୍କୁ ପରମପୂଜ୍ୟନୀୟ ଭାବରେ ଗ୍ରହଣ କରିବା ପାଇ ମାର୍ଚ୍ଚ ୮ ତାରିଖ ଆମ ପାଇ ଏକ ସ୍ମରଣୀୟ ଦିବସ ଅଟେ ବୋଲି ସମସ୍ତଙ୍କୁ ଅବଗତ କରାଗଲା । ଏଥିରେ ଗ୍ରାମର ‌ସ୍ୱୟଂ ସହାୟକ ଗାେଷ୍ଠୀର ମହିଳା, ସି.ଆର.ପି.ସି.ଏମ.ପ୍ରମୁଖ ଉପସ୍ଥିତ ଥିଲେ । ଜନସାଥୀ ବଂଶିଧର ସୁନାନୀ ସଭା ପରିଚାଳନା କରିଥିଲେ ଓ ଗ୍ରାମର ମହିଳା ମାନେ ସହଯାେଗ କରିଥିଲେ ।

jittmm
Leave A Reply

Your email address will not be published.