centurian jitm

ପାଇକମାଲରେ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଏକ ସମୀକ୍ଷା ବୈଠକ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ପାଇକମାଲ ବିଡିଓ ସୁଶ୍ରୀ ଉପାଞୀଳି ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଏବିଇଓ ଜନକଲାଲ ମେହେର, ପ୍ରେମାନନ୍ଦ ବାରିକ, ଶିବ ପ୍ରସାଦ ଯୋଷୀ, ପାଇକମାଲ ଉଚ୍ଚ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଦ୍ୱାଦଶ ପ୍ରଧାନ ମଞ୍ଚାସୀନ ଥିଲେ । ପାଇକମାଲ ବ୍ଲକର ୨୫ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ୧୫ଟି କ୍ଲଷ୍ଟର ସିଆରସିସି ଯୋଗ ଦେଇଥିଲେ । ବୈଠକରେ ବିଶେଷ ଭାବେ ମୋ ସ୍କୁଲ ଅଭିଯାନ, ମାଧ୍ୟାହ୍ନ ଭୋଜନ, ସମସ୍ତ ଅନୁଦାନର ବିନିଯୋଗ ପ୍ରମାଣ ପତ୍ର, ମାନକ ଏୱାର୍ଡ, ବାଇ ସାଇକେଲ ପ୍ରଦାନ, ୟ୍ୟୁଟ୍ୟୁବ କ୍ଲାସ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ପାଇକମାଲ ବ୍ଲକରେ ସମସ୍ତ ବିଦ୍ୟାଳୟର ଭିତ୍ତିଭୂମି ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନୟନ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବା ପାଇଁ ବିଡିଓ ପ୍ରକାଶ କରିଥିଲେ । ଶେଷରେ ପ୍ରେମାନନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.