ଗର୍ଭବତୀ ମହିଳାଙ୍କୁ କୋଭିଡ ୧୯ ଟୀକାକରଣ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ସଭା କକ୍ଷରେ ଗର୍ଭବତୀ ମହିଳାଙ୍କୁ କୋଭିଡ ୧୯ ଟୀକାକରଣ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ସ୍ଵାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ରାମ ଶଙ୍କର ତ୍ରିପାଠୀ ଏବଂ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଉପସ୍ଥିତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଟୀକା ପ୍ରଦାନକାରୀ, ସୁପର ଭାଇଜର, ସ୍ଵାସ୍ଥ୍ୟକର୍ମୀ ଯୋଗ ଦେଇଥିଲେ । ବିପିଏମ ଅଶୋକ ମିଶ୍ରଙ୍କ ସଂଯୋଜନାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.