ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମିଶନ ଶକ୍ତି ଭବନରେ ଗତକାଲି ଅପରାହ୍ନ ୩ ଘଟିକାରୁ ତାଲା ବନ୍ଦ ଥିବା ବେଳେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଏହି କାର୍ଯ୍ୟାଳୟରେ ବିପିସି, ବିପିଏ ଓ ପିଅନ ନିଯୁକ୍ତି ଅଛନ୍ତି । ହେଲେ କାହିଁକି ବିଭିନ୍ନ ସମୟରେ ତାଲା ଝୁଲୁଛି ତାହା କାରଣ ଅସ୍ପଷ୍ଟ ରହିଛି । ବିଭିନ୍ନ ସମୟରେ ୨୫ – ୩୦ କିଲୋମିଟର ଦୂରରୁ ବିଭିନ୍ନ କାମରେ ଆସୁଥିବା ଲୋକେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଏଠାରେ ସରକାରଙ୍କ ନିୟମକୁ ଖୋଲା ଖୋଲି ଉଲଙ୍ଘନ କରୁଥିବା ଦେଖିବାକୁ ମିଳିଛି । ଅପରାହ୍ନରେ ଯଦି ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଛି ତେବେ କିପରି ଭାବେ ସରକାରୀ କାର୍ଯ୍ୟକ୍ରମ ଚାଲିଛି ତାହା ସହଜରେ ଅନୁମେୟ । ଏ ନେଇ ଆମ ପ୍ରତିନିଧି ଖବର ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ଏହି ଭଲି ତାଲା ପଡିବେଳେ ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ସିଡିପିଓ ମାଧୁରୀ ହୋତାଙ୍କୁ ଯୋଗାଯୋଗ କରିବାରୁ, ତଦନ୍ତ କରୁଛି ବୋଲି କହିଥିଲେ । ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।