ବାଙ୍କୀପାଲିରେ ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବାଙ୍କୀପାଲି ପଞ୍ଚୟତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁବାସ ଭୁଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଡୁଙ୍ଗୁରିପାଲି ବ୍ଲକ ସହ ଶିକ୍ଷା ଅଧିକାରୀ ଜଗତ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ସ୍ଥାନୀୟ ସି.ଆର.ସି.ସି. ହାରାଧନ ବେରିଆ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାଦଲ ନାଏକ, ଡୁଙ୍ଗୁରିପାଲି ସିଆରସିସି ଥବିର ଦୋରା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସ୍ଥାନୀୟ ଖେଳ ଶିକ୍ଷକ ସଂଜୀବ ସାହୁ ଅତିଥି ପରିଚୟ କରିଥିବା ବେଳେ ଡୁଙ୍ଗୁରିପାଲି କ୍ରୀଡା ସଙ୍ଘ ସମ୍ପାଦକ ଅଶୋକ ବୁଦ୍ଧିଆ ବାର୍ଷିକ ବିବରଣୀ ପଠନ କରିଥିଲେ । ବ୍ଲକର ୧୫ଟି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ବରିଷ୍ଠ ଓ କନିଷ୍ଠ ବର୍ଗରେ ଛାତ୍ରଛାତ୍ରୀମାନେ ଉଚ୍ଚ ଡିଆଁ, ଲମ୍ବ ଡିଆଁ , ଡିସ୍କସ ଥ୍ରୋ, ସଟ ପୁଟ, ଜାଭେଲିନ ଥ୍ରୋ, ଦୌଡ଼ ପ୍ରତିଯୋଗିତାରେ ଭାଗନେଇଥିଲେ । ରେଡ଼କ୍ରସ ପ୍ରଶିକ୍ଷକ ହୃଷିକେଶ ଡାଙ୍ଗ ସଭା ପରିଚାଳନା କରିଥିବା ବେଳେ କନ୍ଦାଗାଡ଼ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସମ୍ପଦ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକର ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ କ୍ରୀଡା ପ୍ରେମୀ ଶିକ୍ଷକ,ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.