ବିଜେପି ପକ୍ଷରୁ ଲୋଇସିଂହା ବ୍ଲକ ଘେରାଉ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଦୁର୍ନୀତି ତଥା ଅନିୟମିତତା ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଭ୍ରଷ୍ଟାଚାର ଓ ପିସି କାରବାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଲୋଇସିଂହା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଲୋଇସିଂହା ବ୍ଲକ ଘେରାଉ କରାଯାଇଥିଲା । ବିଧାୟକ ଡ ମୁକେଶ ମହାଲିଙ୍ଗଙ୍କ ନେତୃତ୍ୱରେ ସ୍ଥାନୀୟ ଅଗ୍ରସେନ୍ ଭବନଠାରୁ ଶତାଧିକ ପୁରୁଷ ଓ ମହିଳା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି ତଥା ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ଏକ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । ସେଠାରେ ଭାଜପା ମଣ୍ଡଳ ସଭାପତି କିଶୋର ପଟେଲଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ବିଧାୟକ ଡ ମହାଲିଙ୍ଗଙ୍କ ସମେତ ବରିଷ୍ଠ ବିଜେପି ନେତା ଶିବଦତ୍ତ ମିଶ୍ର, ବୁର୍ଡା ସରପଂଚ ସୁଦିପ ସା, ଲେକ୍ରୁ ତ୍ରିପାଠୀ, ଜ୍ୟୋତିର୍ମୟ ରାଉତ, ଭୂତନାଥ ନାଏକ, ସୀତାରାମ ପୁରୋହିତ, ଦେବିଲାଲ ମିଶ୍ର ପ୍ରମୁଖ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଶୋଦଗାର କରିଥିଲେ । ଏଥିସହିତ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଲୋଇସିଂହା ବିଡ଼ିଓଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନେହେରୁ ବାଗ, ଶଙ୍କର ସାହୁ, ଗୌରାଙ୍ଗ ନାଏକ, ସରୋଜ ସାହୁ, ପ୍ରଶାନ୍ତ ସାହୁ, ସୀତାରାମ ପଧାନଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.