ଯୁବନେତା ଚିକିତ୍ସକ କଳଧର ସେଠଙ୍କ ସହ ଅନେକ ବିଜେପିରେ ସାମିଲ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପ୍ରତି ଆକୃଷ୍ଟ ହୋଇ ପଦ୍ମପୁରରୁ ବହୁ ସଂଖ୍ୟାରେ ଯୁବକ ମାନେ ବିଜେପିରେ ସାମିଲ ହେବା ପ୍ରକ୍ରିୟା ଚାଲିଛି । ଆଜି ପଦ୍ମପୁର ଅଞ୍ଚଳ ଜଣେ ଯୁବ ନେତା ତଥା ଚିକିତ୍ସକ କଳଧର ସେଠଙ୍କ ସହ ଅନେକ ବିଜେପିରେ ସାମିଲ ହୋଇଛନ୍ତି । ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ପାଇକମାଲ ସ୍ଥିତ ନିବାସକୁ ନୁଆଁଖାଇ ଭେଟ ହେବା ପାଇଁ ଆସିଥିବା ଅବସରରେ ଯୁବନେତା କଳଧର ସେଠ, ଝାଙ୍କରପାଲି ଗ୍ରାମର ୱାର୍ଡମେମ୍ବର ଯୋଗେଶ୍ୱର ବିଶି, ସୁରେଶ୍ଵର ସାହୁ, ଅରୁଣ ବାରିକ, ମାଳୁ ଭୁଏ, ବିରେନ ସାହା ପ୍ରମୁଖ ବିଜେପିରେ ସାମିଲ ହୋଇଥିଲେ । ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ସମସ୍ତଙ୍କୁ ଉପଢୌକନ ଓ ଫୁଲତୋଡା ଦେଇ ବିଜେପିରେ ସାମିଲ କରାଇଥିଲେ । ଏହି ଯୋଗଦାନ କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ଦହିତା ମଣ୍ଡଳ ସଭାପତି କେତନ ମେହେର, କୃଷକ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ନିରୋଜ ଦାସ, ଜିଲ୍ଲା ଉପ ସଭାପତି ସରୋଜ ସାମଲ ଆଦି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.