ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଲାଙ୍ଗିର ଗସ୍ତକୁ ନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୨ ତାରିଖ ଜନ ଆଶୀର୍ବାଦ ଯାତ୍ରା ପରିପ୍ରେକ୍ଷୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଲାଙ୍ଗିର ଗସ୍ତକୁ ନେଇ ବିଜେପି ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରେଳ ମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ନେଇ ଆଲୋଚନା ହୋଇଥିବା ବେଳେ ଏକ କାର୍ଯ୍ୟସୂଚୀ ମଧ୍ୟ ପ୍ରସ୍ତୁତ ହୋଇଥିଲା । ବଲାଙ୍ଗିର ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ଅନନ୍ତ ଦାସ, ପ୍ରଭାସ ପାଣିଗ୍ରାହୀ, ଗୋପାଳଜୀ ପାଣିଗ୍ରାହୀ, ଭକ୍ତବନ୍ଧୁ ନାଏକ, ପିତାମ୍ବର ଖମାରୀ, ଚିତ୍ତ ମିଶ୍ର, ଅମିତ ସିଂହ ନିନା, ଦୀନେଶ ଶର୍ମା, ଅନିଲ ପାଣିଗ୍ରାହୀ, ରାଜକିଶୋର ନାୟକ, ପ୍ରଦୀପ ବଂଶଲ, ସୁନୀଲ ସେଠ, ସନ୍ତୋଷ ସାହୁ, ସୁନୀଲ ମିଶ୍ର, ରଞ୍ଜିତା ପାଣିଗ୍ରାହୀ, ଆରତୀ ଗୁରୁ, ବନଶ୍ରୀ ଆଚାର୍ଯ୍ୟ, ରଶ୍ମିରେଖା ଦାନୀ, ସଞ୍ଜୁ ନାୟକ, ସରିତା ଯୋଶୀ, ସୌଦାମିନୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.